Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ବେଳେ ରକ୍ତଦାନ ଶିବିର, ୪୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ

15/05/2020 at 3:08 PM

ଭଦ୍ରକ ୧୫।୫: ରକ୍ତର ବିକଳ୍ପ ନାହିଁ । ସେଥିପାଇଁ ରକ୍ତର ଆବଶ୍ୟକତା ଥିବା ରୋଗୀଙ୍କ ପାଇଁ ରକ୍ତଦାତା ହିଁ ଭରଷା । ବିଶେଷ କରି ଗ୍ରୀଷ୍ମ ଦିନେ ରକ୍ତର ସାମାନ୍ୟ ଅଭାବ ହୋଇଥାଏ । ଗରମ ଯୋଗୁଁ ରକ୍ତ ସଂଗ୍ରହ ମଧ୍ୟ କମ୍ ହୋଇଥାଏ । ଏଠି କିନ୍ତୁ ପ୍ରବଳ ଗରମ ସତ୍ତ୍ବେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଭଦ୍ରକ ଜିଲ୍ଲା ପାଳସାହିଠାରେ ପରମେଶ୍ବର ଶିଶୁ ବିଦ୍ୟାପୀଠଠାରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ମା ବୁଢ଼ୀ କାଳନ୍ଦୀ କ୍ଲବର ସଦସ୍ୟଙ୍କ ସହ ଆଖପାଖ ଗାଁର ଲୋକେ ରକ୍ତଦାନ କରିଛନ୍ତି । ଭଦ୍ରକ ମୁଖ୍ୟଡ଼ାକ୍ତରଖାନାର ରେଡ଼କ୍ରସ ଶାଖାର ଡାକ୍ତରଙ୍କ ସହ ଅନ୍ୟ କର୍ମଚାରୀମାନେ ଆସି ରକ୍ତ ସଂଗ୍ରହ କରିଛନ୍ତି । ସଖାଳୁ ଆରମ୍ଭ ଏହି ରକ୍ତଦାନ ଶିବିରରେ ଧାମନଗର ବ୍ଲକ ଅଧକ୍ଷ ଅଶୋକ ନାୟକ, କିଷାନ ରାଉତ, ବୈକୁଣ୍ଠ ସାହୁ କୃଷ୍ଣ ଜେନାଙ୍କ ସହ ଡାକ୍ତର ହରିହର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିରରେ ୪୦ରୁ ଅଧିକ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ।

   Related Posts