Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ରକ୍ତଦାନ ଦ୍ୱାରା ରକ୍ତଦାତାଙ୍କର ହିଁ ଲାଭ ହୋଇଥାଏ : ପ୍ରଫେସର ମହାପାତ୍ର

20/09/2018 at 8:45 PM

ଭୁବନେଶ୍ୱର ୨୦/୦୯: ରକ୍ତଦାନ ସମାଜ ପାଇଁ ଏକ ମହତ କାର୍ଯ୍ୟ । ତେବେ ରକ୍ତଦାନ କରୁଥିବା ବ୍ୟକ୍ତି ମଧ୍ୟ ଜାଣିବା ଉଚିତ୍ ଯେ ଶରୀରରୁ ରକ୍ତ ଦେବା ଦ୍ୱାରା ସେ ନିଜ ପାଇଁ ମଧ୍ୟ ଉପକାର କରିଥାଏ । ଏହା କହିଛନ୍ତି ବିଶିଷ୍ଟ ସ୍ନାୟୁ ବିଶେଷଜ୍ଞ ଡ. ଅଶୋକ ମହାପାତ୍ର ।

ମଣିଷ ଶରୀରରେ ପ୍ରାୟ ୫ ଲିଟର ରକ୍ତ ରହିଛି ଏବଂ ଯଦି ୨୫୦ ମିଲିଲିଟର ରକ୍ତ ଦାନ କରାଯାଏ ତେବେ ମାତ୍ର ୩୦ ମିନିଟ୍ ମଧ୍ୟରେ ଏହା ପୁଣି ଥରେ ଶରୀରରେ ତିଆରି ହୋଇଥାଏ । ମାତ୍ର ହିମୋଗ୍ଲୋବିନ୍ ସୃଷ୍ଟି ହେବା ପାଇଁ କେତେକ ଦିନ ଲାଗିଥାଏ । ଜଣେ ମଣିଷ ୩ ମାସରେ ଥରେ ରକ୍ତ ଦେଇପାରିବ ବୋଲି କହିଛନ୍ତି ସୋଆ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଫେସର ମହାପାତ୍ର । ସୋଆ ଏନ୍ଏସ୍ଏସ୍ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ଅବସରରେ ଏହା କହିଛନ୍ତି ଡ. ମହାପାତ୍ର ।
ଏହି ରକ୍ତଦାନ ସିବିରକୁ ପୋଲିସ କମିଶନର ଶ୍ରୀ ସତ୍ୟବ୍ରତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଦଘାଟନ କରିଥିଲେ ।

ପ୍ରଫେସର ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଯଦି ଜଣେ ବ୍ୟକ୍ତି ନିୟମିତ ରକ୍ତଦାନ କରେ ତେବେ ଏହା ଦ୍ୱାରା ଶରୀରରେ ବାରମ୍ୱାର ସୃଷ୍ଟି ହୋଇଥାଏ । ଯଦି କୌଣସି ଦୁର୍ଘଟଣା ଘଟେ ଏବଂ ଅଧିକ ରକ୍ତ କ୍ଷୟ ହୋଇଥାଏ ତେବେ ଯେଉଁ ବ୍ୟକ୍ତି ଅଧିକ ରକ୍ତଦାନ କରିଥାଏ ତା’ର ଏହି ଦୁର୍ଘଟଣାରୁ ଶୀଘ୍ର ସୁସ୍ଥ ହେବାର କ୍ଷମତା ଅଧିକ ଥାଏ ବୋଲି ଡ. ମହାପାତ୍ର କହିଛନ୍ତି ।

ଭାରତରେ ବାର୍ଷିକ ୪୦ ମିଲିୟନ୍ ବୋତଲ ରକ୍ତର ଆବଶ୍ୟକତା ରହିଛି ତେବେ ଏହାର ଅଧା ରକ୍ତ ଉପଲବ୍ଧ ହେଉଛି । ସଂଗୃହୀତ ରକ୍ତରୁ ଆର୍ବିସି, ପ୍ଲେଟଲେଟ୍ ଏବଂ ପ୍ଲାଜ୍ମାକୁ ଅଲଗା କରି ବ୍ୟବହାର କରାଯାଏ । ଯଦି ସଂଗୃହୀତ ରକ୍ତ ତିନି ସପ୍ତାହ ଯାଏଁ ବ୍ୟବହାର କରାନଯାଏ ତେବେ ତାହା ନଷ୍ଟ ହୋଇଯାଇଥାଏ ବୋଲି ସେ କହିଛନ୍ତି ।

ପୋଲିସ କମିଶନର ଶ୍ରୀ ମହାନ୍ତି କହିଥିଲେ ଯେ କମିଶନରେଟ୍ ପୋଲିସ୍ ହେଉଛି ଭାରତରେ ରକ୍ତଦାନ କାର୍ଯ୍ୟକ୍ରମରେ ଜଡ଼ିତ ସଂସ୍ଥା ମଧ୍ୟରୁ ଗୋଟିଏ ସଂସ୍ଥା । ଜୀବନ ଆଲୋକ ବ୍ୟାନରରେ ଥାଲାସେମିଆ ଏବଂ ଅନ୍ୟ ରୋଗୀମାନଙ୍କ ପାଇଁ ରକ୍ତଦାନ କାର୍ଯ୍ୟକ୍ରମ କମିଶନରେଟ୍ ପୋଲିସ୍ ହାତକୁ ନେଇଛି । ଏ ବର୍ଷ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରାୟ ୮୦୦୦ ବୋତଲ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ବର୍ଷ ଶେଷ ସୁଦ୍ଧା ୧୨ ହଜାର ବୋତଲ ରକ୍ତ ସଂଗ୍ରହ ନେଇ ଟାର୍ଗେଟ ରହିଥିବା ପୋଲିସ୍ କମିଶନର କହିଛନ୍ତି । ରକ୍ତଦାନ ଭଳି କାର୍ଯ୍ୟକୁ ହାତକୁ ନେଇଥିବାରୁ ସୋଆକୁ ପ୍ରଶଂସା କରିଥିଲେ ପୋଲିସ୍ କମିଶନର ।

ଏହି ଅବସରରେ ଏନ୍ଏସ୍ଏସ୍ର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀଏମ୍ ରାମକ୍ରିଷ୍ଣା ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନ ଭଳି ମହତ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବା ସହ ସୋଆକୁ ମଧ୍ୟ ପ୍ରଶଂସା କରିଥିଲେ ।

ଏହି ରକ୍ତଦାନ ସିବିରରେ ସୋଆ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିବା ବେଳେ ୬୯୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସୋଆ ଆଡଭାଇଜର ଚେୟାରମ୍ୟାନ୍ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଡିନ୍ ରିସର୍ଚ୍ଚ ପ୍ରଫେସର ପି.କେ ନନ୍ଦ, ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ ସାହୁ, ଆଇଟିଇଆର୍ ନିର୍ଦ୍ଦେଶକ (ଅଡ୍ମିଶନ୍) ପ୍ରଫେସର ମାନସ ମଲ୍ଲିକ ଏବଂ ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ ।

   Related Posts