ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

Published By : Prameya-News7 Bureau | October 31, 2021 IST

ଖଲ୍ଲିକୋଟ ୩୧/୧୦ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଛତ୍ରପୁରର କଂଗ୍ରେସ ନେତା ତଥା ରାଜ୍ଯ ଅନୂସୁଚିତ ଜାତି ସଂଯୋଜକ ଭାଗୀରଥୀ ବେହେରାଙ୍କ ନେତୃତ୍ଵରେ ଆଜି କଣମଣା ବାତ୍ୟା ଆଶ୍ରୟସ୍ଥଳୀରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଯୋଗ ଦେଇ ଏହାକୁ ଉଦଘାଟନ କରିବା ସହିତ ଆୟୋଜକ ମାନଙ୍କୁ ପ୍ରସଂଶା କରିଛନ୍ତି। ସ୍ୱେଚ୍ଛାସେବୀ ରକ୍ତଦାତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଏଥିରେ ୫୦ଜଣ ରକ୍ତ ଦାନ କରି ଏଥିର ସାମିଲ୍ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ରହି ରକ୍ତ ସଂଗ୍ରହ କରିଛନ୍ତି। ଏହି ଶିବିରରେ ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡି, ଆଇନଜୀବି ବାବୁ ନାହକ , ଛାତ୍ର ନେତା ମହେଶ କୁମାର ଗୌଡ଼, ଦୀପକ ରାଉଳ, ସୁବୋଧ ସୁମନ ସ୍ୱାଇଁ, ଇତ୍ୟାଦି ସହଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.