ବୁଲୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ, ୧୨୭ ୟୁନିଟ ରକ୍ତ ସଂଗ୍ରହ

Published By : Prameya-News7 Bureau | October 26, 2020 IST

ଯାଜପୁର ୨୬।୧୦: କରୋନା ମହାମାରୀ  ସମୟରେ ସାରା ଦେଶରେ  ଏବେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ତା ସହିତ ରକ୍ତ ସଙ୍କଟ ବ୍ୟାପକ ରୂପ ଧାରଣ କରିଛି । ତେବେ ପବିତ୍ର ଦଶହରାରେ ରକ୍ତ ସଙ୍କଟ କିଛି ମାତ୍ରାରେ ଦୂରକରିବା ପାଇଁ ରେଡ କ୍ରସ ପକ୍ଷରୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଖରମଙ୍ଗି-କୋଲ୍ହାସିଂହ ଗାଁର ଏକ ବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଲୁ ମେମୋରିଆଲ ଟ୍ରଷ୍ଟ ତରଫରୁ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି ।

{"id":350823,"sizeSlug":"large"}

ଗତବର୍ଷ ରକ୍ତ କର୍କଟରେ ପୀଡିତ ଥିବା ସେହି ଗାଁ ର ପ୍ରହଲ୍ଲାଦ ନାୟକଙ୍କ ରକ୍ତ ଅଭାବରୁ ମୃତ୍ୟୁ ଘଟିଥିଲା । ତେଣୁ ଅନ୍ୟ କେହି ଯେପରି ରକ୍ତ ଅଭାବରୁ କୌଣସି ଅସୁବିଧାରେ ନପଡନ୍ତି ସେଥିପାଇଁ  ଏହି ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ  ହାସ୍ୟ ଅଭିନେତା ପପୁ ପମ ପମ ପହଞ୍ଚି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଆୟୋଜକ କମିଟିର ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ଗ୍ରାମର କିଛି ଯୁବ ସମାଜସେବୀ ଉତ୍କଟ ରକ୍ତ ସମସ୍ୟାକୁ ଆଖିଆଗରେ ରଖି ପବିତ୍ର ଦଶହରାକୁ ନିଆରା ଢଙ୍ଗରେ ପାଳିବା ପାଇଁ ଏହି ରକ୍ତ ଦାନ ଶିବିର ଆୟୋଜନ କରିଥିଲେ  । ତେବେ ଏହି  ସ୍ବେଛାକୃତ ରକ୍ତ ଦାନ ଶିବିରରେ ୧୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ତେବେ ଏହି ବିଶାଳ ରକ୍ତ ଦାନ ଶିବିରକୁ ଆଖପାଖ ଅଞ୍ଚଳରୁ ସ୍ବେଛାକୃତ ଭାବେ ବହୁ ସହୃଦୟ ବ୍ୟକ୍ତି ଆସିବା ସହ ରକ୍ତ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ରକ୍ତ  ଦାନ ଶିବିର ସଫଳତାର ଆୟୋଜନ କରିଥିବାରୁ ଗାଁର ବୁଦ୍ଧିଜୀବୀ ଆୟୋଜକ କମିଟିର ସଦସ୍ୟ ମାନଙ୍କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.