ରାଇରଙ୍ଗପୁର ୧୪।୫: କରୋନା ମହାମାରୀ ସମୟରେ ଯେପରି ରକ୍ତର ଅଭାବ ନ ହେବ ସେଥିପାଇଁ ଆଗେଇ ଆସିଛି ଗୋରୁମହିଷାଣୀ ପୋଲିସ ।ଗୋରୁମହିଷାଣୀ ଥାନା ଆନୁକୂଲ୍ୟରେ ଆମ ପୋଲିସ ସମିତି ଦ୍ବାରା ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ।ଗୋରୁମହିଷାଣୀ ଥାନା ପରିସରରେ ଅନୁଷ୍ଠିତ ଏହି ଶିବିରକୁ ଏସଡ଼ିପିଓ ଗାୟତ୍ରୀ ପ୍ରଧାନ ଫିତା କାଟି ଉଦଘାଟନ କରିବା ସହିତ ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ ।
ସେହିପରି ଗୋରୁମହିଷାଣୀ ଥାନା ପ୍ରଭାରୀ ପ୍ରଶାନ୍ତ ସ୍ବାଇଁଙ୍କ ସମେତ ଅନ୍ୟ ପୋଲିସ କର୍ମୀ ଓ ସମିତିର ସଦସ୍ୟମାନେ ରକ୍ତଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋରୁମହିଷାଣୀ ସ୍ଥିତ ଲୌହଖଣି କାର୍ଯ୍ୟାଳୟର ଅନେକ କର୍ମଚାରୀ ରକ୍ତଦାନ କରିବା ଦେଖାଯାଇଥିଲା । ସର୍ବମୋଟ୍ ୮୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ବେଳେ ପୋଲିସର ଏଭଳି ଆୟୋଜନକୁ ସାଧାରଣରେ ପ୍ରଶଂସା କରାଯାଉଛି ।