Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ରକ୍ତର ଅଭାବ ଦୂର କରିବା ପାଇଁ ଆଗକୁ ଆସିଲା ବୃନ୍ଦାବନ କଲୋନୀ ରେସିଡେନ୍ସିଆଲ୍ ସୋସାଇଟି

26/04/2020 at 10:29 PM

ଝାରସୁଗୁଡା, ୨୬|୦୪ : ମହାମାରୀ କରୋନା ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୁରେଇବା ପାଇଁ ଅଣ୍ଟା ଭିଡି ଆଗକୁ ଆସିଛନ୍ତି ଝାରସୁଗୁଡା ବେହେରାମାଲ ସ୍ଥିତ ବୃନ୍ଦାବନ କଲୋନୀ ରେସିଡେନ୍ସିଆଲ୍ ସୋସାଇଟିର କର୍ମକର୍ତା।

ଏହି ସୋସାଇଟି ତରଫରୁ ପ୍ରଥମ ଥର ପାଇଁ ବିଶାଳ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା ।ସୋସାଇଟିରୁ ଅତି ଉତ୍ସାହ ସହିତ ୧୦୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତଦାନ ଶିବିରରେ ସ୍ୱତନ୍ତ୍ର ଭାବେ ସାମାଜିକ ଦୂରତା ଅବଲମ୍ବନ କରାଯାଇଥିଲା ।ପୃଥକ ଭାବେ ରକ୍ତଦାତା ଙ୍କ ଅପେକ୍ଷା ଗୃହ ଓ ରକ୍ତଦାନ ଗୃହ, ପଞ୍ଜିକରଣ ସମୟରେ ଚୁନରେ ଗୋଲେଇ କରି ୨ ମିଟର ବ୍ୟବଧାନ ରକ୍ଷା, ରକ୍ତଦାନ ଶିବିରକୁ ପଶିବା ଆଗରୁ ସାନିଟାଇଜର ଓ ସାବୁନ ର ବ୍ୟବହାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

ସ୍ବତନ୍ତ୍ର ସାନିଟାଇଜର କାବିନ,ଜଣେ ରକ୍ତ ଦାନ କରି ସାରିବା ପରେ ବେଡ଼କୁ ସାନିଟାଇଜ କରିବା ଏଭଳି ବ୍ୟବସ୍ଥା ଦେଖି ରକ୍ତଦାତା ଓ ଅତିଥି ମାନେ ଶିବିର ଆୟୋଜକ ମାନକୁ ସାଧୁବାଦ ଦେବା ସହିତ,ଏହା ଏକ ଉଦାହରଣ ହୋଇରହିବ ବୋଲି ପ୍ରକାଶ କରିଥିଲେ। ମୋଟ ୨୫ ଜଣ ମହିଳା ଓ ୭୬ ଜଣ ପୁରୁଷ ଅତି ଉତ୍ସାହର ସହିତ ରକ୍ତଦାନ କରିଥିଲେ। ଜଣେ ଦିବ୍ୟାଙ୍ଗ ମହିଳା ଶିବିରକୁ ଆସି ରକ୍ତଦାନ କରିବା ଦେଖି ରକ୍ତଦାତା ଓ ଆୟୋଜକ ଉଭୟଂକୁ ଉତ୍ସାହର ଶ୍ରୋତ ଯୋଗାଇଥିଲେ

ଝାରସୁଗୁଡା ସହରରେ କୌଣସି ଆବାସିକ ସୋସାଇଟି ତରଫ ରୁ ଏହା ସର୍ବାଧିକ ୟୁନିଟ ସଂଗ୍ରହର ଶିବିର ଅଟେ।ଶିବିରକୁ ସ୍ବଇଚ୍ଛାରେ ବହୁ ସଂଖ୍ୟାରେ ରେ ଯୋଗ ଦେଇ ସାମାଜିକ ଦୂରତାକୁ ଠିକ ଭାବେ ଅବଲମ୍ବନ କରି ଥିବାରୁ ବୃନ୍ଦାବନ       ରେସିଡେଣ୍ଟସିଆଲ ସୋସାଇଟି ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଏହି ରକ୍ତଦାନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି  ଭାବେ ଯୋଗ ଦେଇ ରକ୍ତଦାତା ମାନକୁ ଉତ୍ସାହିତ କରିଥିଲେ।

   Related Posts