Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ଦ୍ଵାରା ଝାରସୁଗୁଡାରେ ରକ୍ତଦାନ ଶିବିର

2/06/2021 at 5:34 PM

ଝାରସୁଗୁଡା ୨।୬: ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵିତୀୟ ପାଳିର ଦ୍ଵିତୀୟ ବର୍ଷର ପୂର୍ତ୍ତି ଉପଲକ୍ଷେ ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ଆହ୍ବାନ କ୍ରମେ ସେବା ହିଁ ସଂଗଠନ କାର୍ଯ୍ୟକ୍ରମ ଦ୍ଵାରା ଦେଶ, ରାଜ୍ୟ, ଜିଲ୍ଲା, ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାସନ, ଖାଦ୍ୟ, ମାସ୍କ ଓ ସାନିଟାଇଜର ବଣ୍ଟନ ଓ ରକ୍ତଦାନ ଶିବିର କରାଯାଉଛି ।

ବୁଧବାର ଦିନ ଝାରସୁଗୁଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ମଙ୍ଗଳ ସାହୁଙ୍କ ନେତୃତ୍ବରେ  ଝାରସୁଗୁଡ଼ା ସ୍ଥିତ ପ୍ରିନ୍ସ ହୋଟେଲରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ମଙ୍ଗଳ ସାହୁ ଉଦଘାଟନ କରିଥିଲେ । ଏହି ଶିବିରରେ ଝାରସୁଗୁଡ଼ା ଜିଲ୍ଲାର ନୂତନ ଯୁବମୋର୍ଚ୍ଚା ସଭାପତି ମହେଶ୍ବର ନାୟକ  ଓ ପୂର୍ବତନ ଝାରସୁଗୁଡ଼ା ବିଧାୟକ ପ୍ରାର୍ଥୀ ଦିନେଶ ଜୈନ ରକ୍ତଦାନ କରି ଅନ୍ୟ ସଦସ୍ୟ ମାନେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ଉପସଭାପତି ନୱାଳ ଅଗ୍ରୱାଲ, ସୁନୀଲ ଦାସ, ସାଧାରଣ ସମ୍ପାଦକ ପ୍ରେମସେନ ରାୟ, ସମ୍ପାଦକ ସଞ୍ଜୁ ସାଲୁଜା, ବିଜୟ ଷଡ଼ଙ୍ଗୀ, ଦମରୁଧର୍ କଣ୍ଟା, ସୋନୁ ଥିରଣୀ, ବିମଳ ଭୋଳ, ନୀଳାମ୍ବର ଦାନସେନା, ମୁରାରି ପାଣିଗ୍ରାହୀ, ଦିନେଶ ଉପାଧ୍ୟାୟ, ମଞ୍ଜରୀ ପୃଷ୍ଟି, ଖୁର୍ଷିଦ୍ ଆଲମ୍ ଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

   Related Posts