ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୨ଶହ ୟୁନିଟ ସଂଗ୍ରହ

Published By : Prameya-News7 Bureau | November 02, 2021 IST

ସାନଖେମୁଣ୍ଡି, ୦୨।୧୧: ଗଞ୍ଜାମ ଜ଼ିଲ୍ଲା ପାତ୍ରପୁର ଠାରେ ଓଡିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଚିକିଟି ବିଧାୟିକା ଉଷା ଦେବୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ l ଜୀବନବିନ୍ଦୁର ଗଞ୍ଜାମ ଜ଼ିଲ୍ଲା ସଂଯୋଜକ ସୁବାଷ ମହାରଣା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ମାନସ ପୁତ୍ର ଜୀବନ ବିନ୍ଦୁ ଆଜି ଏକ ଆନ୍ଦୋଳନରେ ପରିଗଣିତ ହୋଇଛ । ଯେପରି ରକ୍ତ ଅଭାବରୁ କାହାର ବି ଜୀବନ ଯିବ ନାହିଁ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଆସିଛନ୍ତି l  ରକ୍ତଦାନ ଶିବିରରେ ଦୁଇ ଶହ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଯୁବ ବିଜେଡି ଓ ଛାତ୍ର ବିଜେଡିର ବହୁ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ । ବ୍ରହ୍ମପୁର ବ୍ଲଡ଼ ବ୍ୟାଙ୍କର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.