କରୋନା ସମୟରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜିତ

Published By : Prameya-News7 Bureau | April 25, 2021 IST

ନୀଳଗିରି,୨୫/୪: ଶିଶିର ମହାପାତ୍ର ଫାଉଣ୍ଡେସନ ଓ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ନୀଳଗିରି ଉପଖଣ୍ଡ ହସ୍ପିଟାଲ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ସ୍ବର୍ଗତ ଶିଶିର ମହାପାତ୍ରଙ୍କ କନିଷ୍ଠପୁତ୍ର ସବ୍ୟସାଚୀ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ବହୁ ବିଜେଡି କର୍ମୀ ଓ ଯୁବକମାନେ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ମୋଟ ୫୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରକୁ ଡ଼ଃ ସରୋଜିନୀ ପ୍ରଧାନ ଓ ଡ଼ଃ ଶୁଭ୍ରାଂଶୁ ଶେଖର ପରିଡ଼ା ଉଦଘାଟନ କରିଥିଲେ । ଏହି ଶିବିରରେ ରମେଶ ରାଉତ, ସମ୍ବିତ ଗିରି, ମହେଶ ଦାସବାବୁ, ଅଜୟ ରାଉତ, ଧର୍ମେନ୍ଦ୍ର ସେଠୀ, ସିପ୍ତିକାନ୍ତ ମହାନ୍ତି, ଶୁଭାଶିଷ ଦାସ, ମନୋଜ କୁମାର ମଣ୍ଡଳ, ଅମିତ ପୋଇ, ଅଶୋକ ଦାସ, ଚିନ୍ମୟୀ ମହାପାତ୍ର ପ୍ରମୁଖ ରକ୍ତଦାନ କରିବା ସହିତ ସହଯୋଗ କରିଥିଲେ । କରୋନା ଭଳି ସଙ୍କଟ ସମୟରେ ରକ୍ତର ଆବଶ୍ୟକତାକୁ ନେଇ ଏଭଳି ଶିବିର ଆୟୋଜନ କରିଥିବାରୁ ଆୟୋଜକ ସବ୍ୟସାଚୀଙ୍କୁ ପ୍ରଶଂସାର ସୁଅ ଛୁଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.