ରକ୍ତାଭାବ ଦୂର ପାଇଁ ଆଗକୁ ଆସିଲେ ମହିଳା

Published By : Prameya-News7 Bureau | June 07, 2020 IST

ଝାରସୁଗୁଡା, ୦୭|୦୬: ଭାରତବର୍ଷରେ ରକ୍ତହୀନତାକୁ ଦୁର କରିବାକୁ ସରକାରୀ ସ୍ତରରେ ଯେତେ ଉଦ୍ୟମ ହେଲେ ମଧ୍ୟ ରକ୍ତର ଚାହିଦା ପୂରଣର ଆବଶ୍ୟକତାକୁ ସବୁବେଳେ ଅନୁଭବ କରିହୁଏ ।ଏଥିପାଇଁ ସାଧାରଣରେ ଅନେକ ବର୍ଷରୁ ଆରମ୍ଭ ହୋଇଛି ଜନଜାଗରଣ ।ଯାହା ମାଧ୍ୟମରେ ଦିନକୁ ଦିନ ରକ୍ତଦାନ ଶିବିରର ଆୟୋଜନ ମଧ୍ୟ ବଢିଲାଣି । କିନ୍ତୁ ରକ୍ତଦାନ କ୍ଷେତ୍ରରେ ମହିଳା ମାନେ ସ୍ୱୟଂ ଆଗକୁ ଆସିବା କମ୍ ଦେଖାଦେଇଛି ।ବର୍ତ୍ତମାନ କରୋନା ଜନିତ କଟକଣା ପାଇଁ ଚାରିଆଡେ ରକ୍ତର ଅଭାବକୁ ପୁରଣ କରିବାକୁ ସରକାର ଆହ୍ୱାନ ଦେଇଛନ୍ତି ।ସରକାରଙ୍କ ଏହି ଆହ୍ୱାନରେ ସାମିଲ ହୋଇଛନ୍ତି ଝାରସୁଗୁଡାର ମହିଳାମାନେ ।ଝାରସୁଗୁଡା ଇତିହାସରେ ଆଜି ପ୍ରଥମ ଥର ପାଇଁ ଏକ ମହିଳା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ।

ୟଙ୍ଗଷ୍ଟାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଶିବିରରେ ସ୍ୱେଚ୍ଛାରେ ରକ୍ତଦାନ ପାଇଁ ୬୦ରୁ ଉର୍ଦ୍ଧ୍ୱ ମହିଳା ରେଜିଷ୍ଟ୍ରେସନ କରିଥିଲେ ମଧ୍ୟ ସାମାଜିକ ଦୁରତା ରକ୍ଷାକରି ସରକାରଙ୍କ ଟାର୍ଗେଟ ଅନୁସାରେ ମାତ୍ର ୩୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ୟଙ୍ଗଷ୍ଟାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଶିବିରକୁ ସାନିଟାଇଜ କରାଯାଇ ସମସ୍ତଙ୍କୁ ସୁରକ୍ଷା କିଟ୍ ପ୍ରଦାନ କରି ରକ୍ତ ସଂଗ୍ରହ କେନ୍ଦ୍ରକୁ ପଠାଯାଇଥିଲା ।ଆଜିର ଏହି ଶିବିରରେ ପ୍ରଥମ ଥର ରକ୍ତଦେଇ ଅନେକ ଯୁବତୀ ଓ ମହିଳା ସେମାନଙ୍କ ମନ ଭିତରେ ରହିଥିବା ଡରକୁ ତ୍ୟାଗ କରିବା ସହ ନିଜକୁ ଗର୍ବିତ ଅନୁଭବ କରିଥିବା କହିଥିଲେ ।

ଆଜି ଝାରସୁଗୁଡା ସହରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା ମହିଳାଙ୍କ ପାଇଁ ସ୍ୱତନ୍ତ୍ର ରକ୍ତଦାନ ଶିବିର ।ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜଗଦୀଶ ଚନ୍ଦ୍ର ବାରିକ ।ଏଭଳି ଶିବିରର ଆୟୋଜନ କରି ମହିଳାଙ୍କ ଭିତରେ ଏକ ସଚେତନତା ସୃଷ୍ଟି କରିବାର ପ୍ରୟାସ ପାଇଁ ୟଙ୍ଗଷ୍ଟାର ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ମହିଳା ସଂଗଆଠନର କର୍ମକର୍ତ୍ତା ଯୋଗଦେଇ ଆଗକୁ ଅଧିକରୁ ଅଧିକ ସଂଖ୍ୟାରେ ମହିଳା ରକ୍ତଦାନ ପ୍ରତି ଆକର୍ଷିତ ହେବା ଦରକ୍ଜାର ବୋଲି ମତଦେଇ ନିଜ ମନରୁ ଭୟକୁ ତ୍ୟାଗ କରିବାକୁ ଆହ୍ୱାନ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.