ଲକ୍‌ଡାଉନ୍‌ରେ ରକ୍ତ ଦାନ: ସାମିଲ ହେଲେ ବିଧାୟକ ସମେତ ବିଜେଡି କର୍ମୀ

Published By : Prameya-News7 Bureau | April 14, 2020 IST

ଜଗତସିଂହପୁର୧୪/୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକଡାଉନ୍ ଚାଲିଥିବା ବେଳେ ସାଧାରଣ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଏପରି ସ୍ଥଳରେ ରକ୍ତଦାତା ମାନେ ଘରୁ ବାହାରି ପାରୁ ନଥିବା ବେଳେ ସାରା ଦେଶରେ ଥିବା ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଘୋର ଅଭାବ ଦେଖାଯାଇଛି । ଏପରି କି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବ୍ଲଡ ବ୍ୟାଙ୍କରେ ବ୍ୟାପକ ବ୍ଲଡ୍‌ର ଅଭାବ ରହିଛି।

{"id":254077,"sizeSlug":"large"}

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ୪୦୦ ୟୁନିଟରୁ ଅଧିକ ରକ୍ତ ରହିବା ସ୍ଥଳେ ମାତ୍ର ୪୦ ୟୁନିଟରୁ କମ୍ ରକ୍ତ ରହିଥିବା ଜଣାଯାଇଛି । ଏହି ରକ୍ତ ଅଭାବକୁ ନେଇ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ନିଜେ ଆଜି ରକ୍ତଦାନ କରିଥିବା ବିଜୁ ଜନତା ଦଳର ସମସ୍ତ କର୍ମୀ ମାନଙ୍କୁ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିବା ପାଇଁ ଆହ୍ବାନ ଦେଇଛନ୍ତି ।ଦେଶରେ ଏହି ସଙ୍କଟ ସମୟରେ ସାଧାରଣ ଲୋକମାନଙ୍କ ଜୀବନ ରକ୍ଷା ପାଇଁ ବିଜୁ ଜନତା ଦଳର କର୍ମୀମାନେ ଜଣେ ଜଣେ କରୋନା ଯୋଦ୍ଧା ହୋଇ ରକ୍ତଦାନ କରିବାକୁ ବିଧାୟକ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.