ମାନବିକତା ଦେଖାଇଲେ ମନ୍ତ୍ରୀ ପଦ୍ମିନୀ ଦିଆନ, ଅସୁସ୍ଥ ଝିଅକୁ କଲେ ରକ୍ତଦାନ

Published By : Prameya-News7 Bureau | September 29, 2021 IST

କୋଟପାଡ଼ ୨୯।୦୯: ମାନବିକତା ଦେଖାଇଲେ ମନ୍ତ୍ରୀ ପଦ୍ମିନୀ ଦିଆନ । କୋଟପାଡ଼ ବିଧାୟକ ତଥା ଓଡିଶାର ହସ୍ତତନ୍ତ୍ର ଓ ବୟନ ଶିଳ୍ପମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ ଜଣେ ଅସୁସ୍ଥ ଝିଅକୁ ରକ୍ତାଦାନ କରିଛନ୍ତି ।

ଖବର ଅନୁଯାୟୀ, ଜଣେ ଝିଅ କୌଣସି କାରଣରୁ ଅସୁସ୍ଥ ହୋଇଥିଲା । ମାନ୍ୟବର ମନ୍ତ୍ରୀ ଏହି ସୂଚନା ପାଇବା ପରେ ତୁରନ୍ତ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ରୋଗୀଙ୍କ ସଂପର୍କୀୟଙ୍କ ସହ ଆଲୋଚନା କରି ଗୁରୁତର ଥିବା ଝିଅକୁ ରକ୍ତର ଆବଶ୍ୟକତା ରହିଛି । ପରେ ଡାକ୍ତରଙ୍କ ସହ ପରାମର୍ଶ କରି ସେହି ଝିଅକୁ ମନ୍ତ୍ରୀ ରକ୍ତଦାନ କରିଛନ୍ତି । ଏହାପରେ ସେ ଲୋକଙ୍କ ସହ ଅଛନ୍ତି ଓ ରହିବେ ବୋଲି କହିଛନ୍ତି ମାନ୍ୟବର ମନ୍ତ୍ରୀ ପଦ୍ମିନୀ ଦିଆନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.