Saturday, August 24, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରକ୍ତ କଣିକାରେ ରହିଛି ସର୍ବଦା ଯୁବକ ରହିବାର ମନ୍ତ୍ର !

ୱାସିଂଟନ ୧୨/୨ : ଚିର ଯୁବକ ରହିବା ମନୁଷ୍ୟର ଏକ ଇଛା | ଏନେଇ ବୈଜ୍ଞାନିକ ମଧ୍ୟ ଅନେକ ବର୍ଷ ହେଲା ରିସର୍ଚ୍ଚ କରି ଆସୁଛନ୍ତି | ଖାଇବା ପିଇବାଠୁ ଆରମ୍ଭ କରି ବ୍ୟାୟାମ ପର୍ଯ୍ୟନ୍ତ ସବୁ କରିବା ପଛରେ ଲକ୍ଷ୍ୟ ଥାଏ କେମିତି ଅଧିକ ଦିନ ଯୁବାବସ୍ଥା ଏବଂ ସୁସ୍ଥ ରଖିହେବ | ଆମେରିକାର କେସ ୱେଷ୍ଟର୍ନ ରିଜର୍ଭ ୟୁନିଭର୍ସିଟିର ବୈଜ୍ଞାନିକମାନେ ରିସର୍ଚ୍ଚ କରି ରକ୍ତ କଣିକାରେ ଚିର ଯୁବାବସ୍ଥାର ମନ୍ତ୍ର ଖୋଜି ବାହାର କରିଛନ୍ତି |


ବୈଜ୍ଞାନିକମାନେ ରିସର୍ଚ୍ଚ କରି ଜାଣିବାକୁ ପାଇଛନ୍ତି ଯେ, ମଣିଷର ରକ୍ତ କଣିକାରେ ଏକ ଆନ୍ତରିକ ଘଡି ରହିଛି | ଏଥିରେ ମଣିଷର ବୟସ ସୀମା ରହିଛି | ରକ୍ତ କଣିକାର ବୟସ ଅଲଗା ସମସ୍ତ ପରିସ୍ଥିତି ଠାରୁ ବେଶ ଭଲ ଥାଏ | ଏସୋସିଆଟି ପ୍ରଫେସର କହିଛନ୍ତି ଯେ, ଏହି ଅଧ୍ୟୟନରୁ ଚିର ଯୁବକ ରହିବାର ରହସ୍ୟ ଖୋଲିପାରେ | ଯୁବ ରକ୍ତ କଣିକା ବୟସ୍କଙ୍କ ଶରୀରରେ ପ୍ରବେଶ କରିବା ପରେ ମଧ୍ୟ ଯୁବାବସ୍ଥାରେ ହିଁ ରହିଥାଏ | ରକ୍ତ ଦାନ ପରେ ଶରୀର ବଦଳିବା ପରେ ମଧ୍ୟ ଏହି ରକ୍ତ କଣିକାର ବୟସ ପୂର୍ବ ଭଳି ରହିଥାଏ ଏବଂ ସେହି ଗତିରେ ହିଁ ବଢିଥାଏ |


ବୈଜ୍ଞାନିକ ଏମିତି ଲୋକଙ୍କ ଉପରେ ଅଧ୍ୟୟନ କରିଥିଲେ ଯେଉଁମାନେ ତାଙ୍କ ବୟସରୁ ଅଲଗା ବୟସର ରକ୍ତ ଦିଆଯାଇଥିବ | ଯୁବକଙ୍କ ରକ୍ତ କୌଣସି ବୟସ୍କ ବ୍ୟକ୍ତିଙ୍କୁ ଦେବା କିମ୍ବା ବୟସ୍କଙ୍କ ରକ୍ତ ଯୁବକଙ୍କୁ ଦେବା ଦ୍ୱାରା ରକ୍ତ କଣିକାର ବୟସ ରକ୍ତଦାନ ପରେ ବଦଳିନଥାଏ | ବୟସରେ ୪୯ ବର୍ଷର ଅନ୍ତର ଥିଲେ ମଧ୍ୟ ରକ୍ତ କଣିକାରେ ଏହାର କୌଣସି ପ୍ରଭାବ ପଡ଼ିନଥାଏ | ରକ୍ତଦାନର ୨୦ ବର୍ଷ ପରେ ମଧ୍ୟ ରକ୍ତ ଦାତାଙ୍କ ରକ୍ତ କଣିକାର ବୟସର ପାର୍ଥକ୍ୟ ହୋଇନଇଥାଏ |


ବୈଜ୍ଞାନିକଙ୍କ କହିବାନୁଯାୟୀ, ରକ୍ତ କଣିକା ସାହାଯ୍ୟରେ କୌଣସି ବୟସକୁ କମ କିମ୍ବା ଅଧିକ କରିବା ସମ୍ଭବ ବୋଲି ଦାବି କରାଯାଇ ପାରୁନାହିଁ | କ୍ୟାନସର କୋଷଗୁଡିକରେ ଏହି ବୟସ ସୀମା କାମ କରିନଥାଏ ବୋଲି କହିଛନ୍ତି ବୈଜ୍ଞାନିକ | ଭବିଷ୍ୟତରେ ବୈଜ୍ଞାନିକମାନେ ଏହି ଉପାୟ ଆପଣେଇ କ୍ୟାନସରର ଚିକିତ୍ସା ଖୋଜିବା ଦିଗରେ ଗତି କରିବେ ବୋଲି ସ୍ପଷ୍ଟ କରିଛନ୍ତି |

291 Views

   ସମ୍ବନ୍ଧିତ ଖବର