ପାକିସ୍ତାନ ରାଜନୀତିରେ ଉଠିଲା ଝଡ : ଆମେରିକୀୟ ବ୍ଲଗର ସିନ୍ଥିଆଙ୍କ ସହ ଶାରିରୀକ ସମ୍ପର୍କ ଚାହିଁଥିଲେ ଇମ୍ରାନ୍ , ଗୁମର ଖୋଲିଦେଲେ ପାକ୍ ଟିଭି ଉପସ୍ଥାପକ

Published By : Prameya-News7 Bureau | June 07, 2020 IST

ଇସ୍‌ଲାମାବାଦ୍‌ ୭।୬ : ପାକିସ୍ତାନ ରାଜନୀତିରେ ପୁଣି ଉଠିଲା ଝଡ଼ । ପ୍ରାୟ ସମୟ  ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିବା ଇମ୍ରାନ୍‌ ଖାନ୍‌ଙ୍କ ନାଁରେ  ଆସିଛି ଆଉ ଏକ ଅଭିଯୋଗ । ଯାହା ସାରାବିଶ୍ୱକୁ ଚକିତ କରିବା ସହ ପାକିସ୍ତାନ ରାଜନୀତିରେ ଝଡ ସୃଷ୍ଟି କରିଛି । ଜଣେ ବ୍ଲଗର ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲେ ଇମ୍ରାନ ଖାନ୍‌ । ଏହିକଥା ଏବେ ପାକିସ୍ତାନ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ପାକିସ୍ତାନ ଜନୈକ ଟିଭି ଉପସ୍ଥାପକ ଏହି ଘଟଣାର ଖୁଲାସା କରିଛନ୍ତି ।

କ୍ରିକେଟରରୁ ରାଜନେତା ପାଲିଟିଥିବା ଇମ୍ରାନ ଖାନ୍‌ ସବୁ ବେଳେ ଚର୍ଚ୍ଚାରେ ରହିଆସିଛନ୍ତି । କେତେବେଳେ ନିଜର ପ୍ରେମ ସମ୍ପର୍କକୁ ନେଇ କେତେବେଳେ ଏକାଧିକ ବିବାହକୁ ନେଇ ।  କେତେବେଳେ ଫିଲ୍ମ ଅଭିନେତ୍ରୀଙ୍କୁ ପ୍ରେମ ତ କେତେବେଳେ ଧାର୍ମିକ ଗୁରୁଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥାଏ ।  ପୁଣି କେତେବେଳେ ଏହା ମଧ୍ୟ ଶୁଣାଯାଇଛି ଯେ, ଏକାଧିକ ନାରୀଙ୍କ ସହିତ ତାଙ୍କର ଶାରୀରିକ ସମ୍ପର୍କ । ପୂର୍ବ ପତ୍ନୀଙ୍କ ଅଭିଯୋଗ ଆଧାରରେ ଇମ୍ରାନ୍‌ ଖାନ୍‌ ନିଜ ପାର୍ଟିର ମହିଳା ନେତ୍ରୀମାନଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି ।  ଯାହା ଅନେକ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଥାଏ ।

{"id":282414,"sizeSlug":"large"}

ତେବେ ବର୍ତ୍ତମାନର ସମୟରେ ଇମ୍ରାନ୍‌ ଖାନ୍‌କୁ ନେଇ ଆଉ ଗୋଟିଏ ଚର୍ଚ୍ଚା ଉଠିଛି । ତାହା ପୁଣି ଜଣେ ଆମେରିକୀୟ ବ୍ଲଗର ଆଣିଛନ୍ତି । ଯାହାର ଖୁଲାସା ପାକିସ୍ତାନର ଏକ ଟିଭି ଉପସ୍ଥାପକ କରିଛନ୍ତି । ଟିଭି ଉପସ୍ଥାପକଙ୍କ ଅନୁଯାୟୀ, ପାକିସ୍ତାନର ଏବେକାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆମେରୀକୟ ବ୍ଲଗର ସିନ୍ଥିଆ ଡି ରିଚିଙ୍କ ସହିତ ଶାରୀରିକ ସମ୍ପର୍କ ଚାହିଁଥିଲେ । ସିନ୍ଥିଆ ହେଉଛନ୍ତି ସେହି ବ୍ଲଗର ଯିଏ ପାକିସ୍ତାନ କିଛି ପୂର୍ବତନ ମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ ।

ପାକିସ୍ତାନର ମନ୍ତ୍ରୀମାନଙ୍କ ବିରୋଧରେ କରିଥିବା ଖୁଲାସା ଏବା ସାରାବିଶ୍ୱରେ ଚର୍ଚ୍ଚା । ଆମେରିକା ବ୍ଲଗର ସିନ୍ଥିଆ ଡି ରିଚି ପାକିସ୍ତାନ ମନ୍ତ୍ରୀମାନଙ୍କ ନେଇ କରିଥିବା ଖୁଲାସା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।  ପାକିସ୍ତାନର ପୂର୍ବ ଗୃହମନ୍ତ୍ରୀ ରହେମାନ ମଲିକଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିଥିବା ବ୍ଲଗର ସିନ୍ଥିଆ ଡି ରିଚି ଏବେ ପ୍ରଧାନମନ୍ତ୍ରୀ ଇମ୍‌ରାନ୍ ଖାନ୍‌ଙ୍କୁ ନେଇ ଏହି ଖୁଲାସା କରିଛନ୍ତି । ପାକିସ୍ତାନ ଟିଭି ଉପସ୍ଥାପକ ଅଲୀ ସଲୀମ୍‌ ଦାବି କରିଛନ୍ତି ଯେ, ସିନ୍ଥିଆ ଗୋଟିଏ ଥର ତାଙ୍କୁ କହିଥିଲେ ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ ତାଙ୍କ ସହିତ (ସିନ୍ଥିଆ) ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ସଲୀମ୍‌ ଏହା ମଧ୍ୟ ଦାବି କରିଛନ୍ତି ଯେ, ଇମ୍ରାନ୍‌ ଖାନ୍‌ ସେତେବେଳେ ସିନ୍ଥିଆଙ୍କ ଖୁବ୍‌ ନିକଟତର ଥିଲେ , ଉଭୟ ମଧ୍ୟ ଗୋଟିଏ ରୁମ୍‌ରେ ଦୁଇଜଣ ରହୁଥିଲେ । ଏହି ସମୟରେ ସିନ୍ଥିଆଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଇମ୍‌ରାନ୍‌ ଖାନ୍‌ ଅଫର ଦେଇଥିଲେ । ଏହି ସବୁ ଘଟଣାସମ୍ପର୍କରେ ସିନ୍ଥିଆ ନିଜେ ସଲିମ୍‌ଙ୍କୁ କହିଥିଲେ ବୋଲି କୁହାଯାଇଛି  । ଏହାପୂର୍ବରୁ ସିନ୍ଥିଆ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ନେତା ରେହମାନ ମଲିକଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିସାରିଛନ୍ତି ।  ଯାହାପରେ ପାକିସ୍ତାନ ରାଜନୀତିରେ ଖୁବ୍ ହଇଚଇ ସୃଷ୍ଟି ହୋଇଯାଇଥିଲା । କିନ୍ତୁ ପିପିପି ସିନ୍ଥିଆଙ୍କ ଅଭିଯୋଗକୁ ଆଧାରହୀନ ଏବଂ ଲଜ୍ଜ୍ଜାଜନକ ଘଟଣା ବୋଲି କହିଥିଲା ।

ଅଲ୍ଲୀ ସଲିମ୍‌ ଆହୁରୀ ମଧ୍ୟ କହିଛନ୍ତି ଯେ, ଯେତେବେଳେ ବେନେଜିର ଭୁଟ୍ଟୋଙ୍କ ହତ୍ୟା କରାଯାଇଥିଲା ।  ସେତେବେଳେ ବେନେଜିରଙ୍କ ସୁରକ୍ଷା ଦାୟିତ୍ୱରେ ରେହମାନ ମଲିକ ଥିଲେ , ସେ ତାଙ୍କର ସୁରକ୍ଷା ଇନ୍‌ଚାର୍ଜ ଥିଲେ । କିନ୍ତୁ ଏହା ପରେ ଆସିଫ ଅଲ୍ଲୀ ଜରଦାରୀ ରେହମାନଙ୍କୁ  ଗୃହମନ୍ତ୍ରୀର ଦାୟିତ୍ୱ ଦେଇଥିଲେ । ସିନ୍ଥିଆ ନିଜକୁ ପାକିସ୍ତାନ ପ୍ରେମୀ , ଫିଲ୍ନ ନିର୍ମାତା ହେବାର ଦାବି କରିଆସୁଛନ୍ତି । କିଛି ସମୟ ହେଲା ସେ ଇସ୍‌ଲାମାବାଦରେ ରହିଆସୁଛନ୍ତି । ଆରମ୍ଭରୁ  ସିନ୍ଥିଆଙ୍କ ପାକିସ୍ତାନ ପୁପୁଲ୍ସ ପାର୍ଟି (ପିପିପି)ର ବହୁ ନେତାଙ୍କ ସହିତ ଭଲ ସମ୍ପର୍କ ରହିଥିଲା । କିନ୍ତୁ ପରେ ସ୍ଥିତି ବିଗିଡାବାରୁ  ପାର୍ଟି ସହିତ ଥିବା ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । କିଛି ଦିନ ତଳେ ସେ ଟ୍ୱିଟ୍‌ କରି ପିପିପିକୁ ମଧ୍ୟ ଟାର୍ଗେଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.