ପୃଥିବୀ ପାଇଁ ଆସୁଛି ବିପଦ: ଓଜୋନ ସ୍ତରରେ ସୃଷ୍ଟି ହୋଇଛି ସବୁଠାରୁ ବଡ ଛିଦ୍ର, କାରଣ ଜାଣି ବୈଜ୍ଞାନିକ ମଧ୍ୟ ବିସ୍ମିତ

Published By : Prameya-News7 Bureau | April 10, 2020 IST

ନୂଆଦିଲ୍ଲୀ, ୧୦|୦୪:  ପୃଥିବୀର ଉତ୍ତର ଓ ଦକ୍ଷିଣ ମେରୁ ଉପରେ ଓଜୋନର ଏକ ପରସ୍ତ ରହିଛି । କରୋନା ଭାଇରସ ପାଇଁ ଗୋଟିଏ ପଟେ ଲକଡାଉନ ଦକ୍ଷିଣ ଧୃବରେ ଓଜୋନର ଛିଦ୍ରକୁ କମ କରିଥିବା ବେଳେ ଉତ୍ତର ମେରୁରେ ଓଜୋନର ଲେୟାରରେ ଏକ ବଡ ଛିଦ୍ର ସୃଷ୍ଟି ହୋଇଛି । ଏହା ସବୁଠାରୁ ବଡ ଛିଦ୍ର ବୋଲି ବୈଜ୍ଞାନିକମାନେ ଦାବି କରୁଛନ୍ତି । ଉତ୍ତର ମେରୁରେ ଆର୍କାଟିକ୍ ରହିଛି । ଏହି ଅଞ୍ଚଳରେ ଏକ ଶକ୍ତିଶାଳୀ ପୋଲାର୍ ଭର୍ଟେକ୍ସ ସୃଷ୍ଟି ହୋଇଛି । ଉତ୍ତର ମେରରୁ ଅଧିକ ଉଚ୍ଚରେ ଷ୍ଟ୍ରାଟୋସ୍ପିଅର ଉପରେ ବାଦଲ ପାଇଁ ଓଜୋନ ଲେୟାର ସୁକ୍ଷ୍ମ ହେଉଛି ।

{"id":251706,"width":751,"height":751,"sizeSlug":"large"}

ବାଦଲ, କ୍ଲୋରୋଫ୍ଲୋରୋ କାର୍ବନ ଓ ହାଇଦ୍ରୋକ୍ଲୋରୋକାର୍ବନ ପାଇଁ ଏପରି ହେଉଛି । ଏବେ ଏହି ତିନୋଟିର ମାତ୍ରା ଓଜୋନରେ ବୃଦ୍ଧି ପାଇଛି । ଫଳରେ ଷ୍ଟ୍ରାଟୋସ୍ପିଅରରେ ସୂର୍ଯ୍ୟ କିରଣ ପଡିଲେ କ୍ଲୋରିନ ଓ ବ୍ରୋମିନର ପରମାଣୁ ବାହାରିଥାଏ । ଏହି ପରମାଣୁ ଓଜୋନ ସ୍ତରରୁ ପତଳା କରିଦିଏ । ଫଳରେ ଛିଦ୍ର ସୃଷ୍ଟି ହୋଇଥାଏ ।

{"id":251707,"width":770,"height":570,"sizeSlug":"large"}

ନାସାର କହିବାନୁସାରେ, ଦକ୍ଷିଣ ମେରୁରେ ଆଣ୍ଟାର୍କଟିକା ଉପରେ ଏପରି ସ୍ଥିତି ଦେଖିବାକୁ ମିଳିଥାଏ । କିନ୍ତୁ ଏବେ ଉତ୍ତର ମେରୁରେ ଏପରି ଦେଖିବାକୁ ମିଳିଛି । ଷ୍ଟ୍ରାଟୋସ୍ପିଅର ପୃଥିବୀ ପୃଷ୍ଠର ୧୦ କିମିରୁ ୫୦ କିମି ଯାଏଁ ବ୍ୟାପ୍ତ ହୋଇ ରହିଛି । ଏହା ମଧ୍ୟରେ ଥିବା ଓଜୋନ ସ୍ତର ସୂର୍ଯ୍ୟରୁ ଆସୁଥିବା ଅତିବାଇଗଣୀ ରଶ୍ମୀରୁ ଜୀବଜଗତକୁ ରକ୍ଷା କରିଥାଏ । ବସନ୍ତ ଋତୁରେ ଦକ୍ଷିଣ ମେରୁରେ ଥିବା ଓଜୋନ ୭୦ ପ୍ରତିଶତ ହ୍ରାସ ପାଇଥାଏ । କିଛି ସ୍ଥାନରେ ପରସ୍ତ ରହିନଥାଏ । କିନ୍ତୁ ଉତ୍ତର ମେରୁରେ ଏପରି ହୋଇନଥାଏ । ତେବେ ପ୍ରଥମ ଥର ପାଇଁ ଏଠାରେ ବଡ ଛିଦ୍ର ଦେଖିବାକୁ ମିଳିଛି । ତେବେ ପ୍ରଦୂଷଣ କମ ହେଲେ ଏହି ଛିଦ୍ର କମିଯିବ ବୋଲି ବୈଜ୍ଞାନିକମାନେ ମତ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.