ଭିଜିଲାନ୍ସ ଜାଲରେ ବ୍ଲକ ଯୋଗାଣ ଅଧିକାରୀ, ଲାଞ୍ଚ ନେବା ବେଳେ ମାଡି ବସିଲେ

Published By : Prameya-News7 Bureau | August 24, 2020 IST

ବ୍ରହ୍ମପୁର୨୪/୮:  ଭିଜିଲାନ୍ସ ଜାଲରେ ବ୍ଲକ ଯୋଗାଣ ଅଧିକାରୀ। ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ। ମିଳିଥିବା ସୂଚନା ମୁତାବକ, ପିଡିଏସ୍‌ ସାମଗ୍ରୀ ପରିବହନ ହୋଇଥିବା ବକେୟ ବିଲ୍‌ ପାସ୍ କରିବା ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ହାତରେ ଧରା ପଡିଥିବା ଅଧିକାରୀ ହେଲେ ସବ୍ୟସାଚୀ ମହାପାତ୍ର। ଗଞ୍ଜାମ ଜିଲ୍ଲା ଶିବ ପଲାଇଙ୍କ ଠାରୁ ସେ ଲାଞ୍ଚ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଠିକ୍ ସେହି ସମୟରେ ଭିଜିଲାନ୍ସ ହାତରେ ଅଧିକାରୀ ଜଣଙ୍କ ଧରା ପଡିଥିଲେ। ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ଅନୀଲ ପାତ୍ର ଏ ସଂପର୍କରେ ସୂଚନା ଦେଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.