ବଢୁଛି କରୋନା ସଂକ୍ରମଣ, ଗଁଦିଆ ବ୍ଲକକୁ ୭ ଯାଏଁ ସଟ୍‌ଡାଉନ୍‌ କଲେ ଜିଲ୍ଲାପାଳ

Published By : Prameya-News7 Bureau | August 03, 2020 IST

ଢେଙ୍କାନାଳ ୦୩।୦୮ : କରୋନା ଚେନ୍‌ ଭାଙ୍ଗିବା ପାଇଁ ସରକାର ଓ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହିପ୍ରରିପେକ୍ଷୀରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକକୁ  ୪ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।

{"id":309229,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗଁଦିଆ ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାର ସ୍ଥାନୀୟ ପ୍ରଶାସନ କଡା ପଦକ୍ଷେପ ନେଇଛି । ଆସନ୍ତା ୪ତାରିଖରୁ ୭ ତାରିଖ ଯାଏଁ ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସଂକ୍ରମଣ ରୋକିବା ନେଇ ଏପରି ନିଷ୍ପତି ନେଇଛନ୍ତି ଜିଲ୍ଲାପାଳ । ଏହି ସଟ୍‌ଡାଉନ୍‌ ସମୟରେ ଜରୁରୀ ସେବା ଜାରି ରହିବ । ଯଦି କେହି ନିୟମ ମାନନ୍ତିନାହିଁ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

{"id":309230,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.