ଅକ୍ଟୋବର ୨୭ରୁ ୩୦ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବ୍ଲକ୍ ଘେରାଉ କରିବ ବିଜେପି

Published By : Prameya-News7 Bureau | October 25, 2018 IST

ଭୁବନେଶ୍ବର ୨୫|୧୦: ଅକ୍ଟୋବର ୨୭ରୁ ୩୦ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବ୍ଲକ୍ ଘେରାଉ କରିବ ବିଜେପି । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ଲକ୍ ହେଉଛି ମିନି ସେକ୍ରେଟାରିଏଟ୍ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ବ୍ଲକ୍ ଚାଲୁନି । ବ୍ଲକ୍ କୁ ଦଳୀୟ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି । କେନ୍ଦ୍ର ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାରେ ବ୍ଲକ୍ ବାଧା ସୃଷ୍ଟି କରୁଛି । ସ୍ବଚ୍ଛ ଭାରତ, ରାସନ୍ କାର୍ଡ, ବିଜୁଳି ଭଳି କେନ୍ଦ୍ରୀୟ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ବ୍ଲକ୍ ବାଧା ସୃଷ୍ଟି କରୁଛି ବୋଲି ବିଜେପି ଅଭିଯୋଗ କରିଛି । ବିଜେଡି ମନ୍ତ୍ରୀ, ନେତା, ବିଧାୟକ ଏବଂ ସାଂସଦଙ୍କ ସୁପାରିଶରେ ହିତାଧିକାରୀ ବଛାଯାଉଛି ବୋଲି ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.