ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ୍ କାର୍ଯ୍ୟାଳୟରେ ପଡିଲା ତାଲା

Published By : Prameya-News7 Bureau | April 09, 2021 IST

କରଞ୍ଜିଆ ୯।୪: ମୟୁରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକ୍ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପକେଇଲେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି । ଶୁକ୍ରୁଳି ବ୍ଲକରେ ଥିବା ୧୦ଗୋଟି ପଞ୍ଚାୟତର ୨୦ଜଣ ନିର୍ବାଚିତ ଜନ ପ୍ରତିନିଧି ବ୍ଲକ୍ କାର୍ଯ୍ୟାଳୟରେ ତାଲା ପକାଇ ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିବା ସହ ତାଲାବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରିବା ସହ ବଦଳି ହୋଇଥିବା ବିଡ଼ିଓଙ୍କୁ ତୁରନ୍ତ ରିଲିଫ କରାଯାଇ ନୂଆ ବିଡ଼ିଓଙ୍କୁ ନିଯୁକ୍ତି ଦିଆଯିବା ସଙ୍ଗେସଙ୍ଗେ ବ୍ଲକ୍ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ ଆଦି ବିଭିନ୍ନ ଦାବିରେ ଧାରଣା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.