ବ୍ଲକ୍ କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ ଓ ଧାରଣା

Published By : Prameya-News7 Bureau | August 23, 2018 IST

କେନ୍ଦୁଝର ୨୩/୮ : ହରିଚନ୍ଦନପୁର ବିଡିଓଙ୍କୁ ମାଡ ଘଟଣାକୁ ୨ ଦିନ ବିତିଲାଣି ହେଲେ ଏବେବି ଅଭିଯୁକ୍ତକୁ ଗିରଫ କରିପାରିନି ପୋଲିସ । ପ୍ରତିବାଦରେ ବ୍ଲକର ସମସ୍ତ କର୍ମଚାରୀ କଲମ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କାମ ବନ୍ଦ କରିବା ସହ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ବିଡିଓଙ୍କୁ ମାଡ ମାରିଥିବା ଠିକାଦାର ପ୍ରସନ୍ନ ନାଏକଙ୍କୁ ପୋଲିସ ଜାଣି ଶୁଣି ଗିରଫ କରୁନଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ହରିଚନ୍ଦନପୁର ବିଡିଓ ବିଜୟାନନ୍ଦ ସେଠୀ ହୁଣ୍ଡା ଗାଁକୁ କାମ ତଦାରଖ ପାଇଁ ଯାଇଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ । ଗାଁର ଠିକାଦାର ପ୍ରସନ୍ନ ନାଏକ ଆକ୍ରମଣ କରିଥିବା ସେ ପଣ୍ଡାପଡା ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି କେନ୍ଦୁଝର ସର୍କିଟ୍ ହାଉସରେ ଓଏଏସ ସଂଘ ପକ୍ଷରୁ ଜରୁରୀ ବୈଠକ ବସିଥିଲା । ସଂଘ ଏସପିଙ୍କୁ ଭେଟି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲା ସଂଘ । ତେବେ ପୋଲିସ ଅଭିଯୁକ୍ତକୁ ଗିରଫ କରିନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.