Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ସଧବାଙ୍କୁ ବିଧବା ଦର୍ଶାଇ ଭତ୍ତା ହଡ଼ପ : ବ୍ଲକ ମଙ୍ଗଳ ଅଧିକାରୀ ନିଳମ୍ବିତ

22/09/2019 at 3:25 PM

ମୟୁରଭଞ୍ଜ ୨୨/୯: ସରକାରୀ ଯୋଜନା ବାଟବଣା। ସରକାର ବହୁତ ପ୍ରକାର ଯୋଜନା କରି ଗରିବ ଶ୍ରେଣୀର ଲୋକଙ୍କୁ ସହାୟତା ଯୋଗାଇଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଦ୍ଧକ୍ୟ ଭତ୍ତା, ବିଧବା, ବିକଳାଙ୍ଗ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ,ହରିଶ୍ଚନ୍ଦ୍ର ସହାୟତା ଯୋଜନା ଏପରିକି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ତାର ଲାଭ ଗରିବ ଲୋକ ପାଖରେ ପହଞ୍ଚୁ ନାହିଁ । ଟଙ୍କା ଦେଲେ ଏଠି ସଧବା ବି ପାଉଛି ବିଧବା ଭତ୍ତା, ଭେଣ୍ଡିଆ ପାଉଛି ବାର୍ଦ୍ଧକ୍ୟ ଭତ୍ତା। ଜୀବିତ ସ୍ବାମୀ କୁ ମୃତ ଘୋଷଣା କରି ସ୍ତ୍ରୀ ନେଉଅଛି ବିଧବା ଭତ୍ତା। ସଧବା ପାଉଛି ବିଧବା ଭତ୍ତା । ଭେଣ୍ଡିଆ ନେଉଛି ବାର୍ଦ୍ଧକ୍ୟ ଭତ୍ତା । ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧି ବିଧବା ଭତ୍ତା ନେଉଛି ସଧବା ନାରୀ ।

ଏ ଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ସାରୁମୂଳା ଗ୍ରାମପଂଚାୟତ ରେ।  ସାରୁମୂଳା ପଂଚାୟତର ୧୨ ଜଣ ସଧବାକୁ ବିଧବା ଦର୍ଶାଇ ଭତ୍ତା କରାଇଥିବା ରାସଗୋବିନ୍ଦପୁର ବ୍ଲକର ମଙ୍ଗଳ ଅଧିକାରୀ ରଜନୀଗନ୍ଧା ସିଂକୁ ଜିଲ୍ଲାପାଳ ନିଲମ୍ବିତ ମଧ୍ୟ କରିଛନ୍ତି। ଏହି ପଂଚାୟତରେ କିନ୍ତୁ ଭତ୍ତା ପାଇବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିନି ଭତ୍ତା , ଅନେକ ବିଧବା, ବୁଢା ବୁଢ଼ୀ ପାଇନାହାନ୍ତି ଭତ୍ତା ।

ତେବେ ରାସଗୋବିନ୍ଦପୁର ବ୍ଲକରେ କେବଳ ସାରୁମୂଳା ଗ୍ରାମପଂଚାୟତ ନୁହେଁ ବ୍ଲକର ୧୬ ପଂଚାୟତରେ ଯୋଗ୍ୟ ହିତାଧିକାରୀ ଭତ୍ତା ଯୋଜନାରୁ ବଂଚିତ ଥିବାବେଳେ ଅନେକ ବିଧବା ଓ ବୟସ ହୋଇ ଥିବା ଲୋକେ ଭତ୍ତା ପାଉନାହାନ୍ତି ଏକଥା ଆମେ କହୁନୁ ଖୋଦ ରାସଗୋବିନ୍ଦପୁର ବ୍ଲକ ର ଜନପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି – ଖାଲି ସାରୁମୂଳା ଗ୍ରାମପଂଚାୟତ ନୁହେଁ ବ୍ଲକର ଅନ୍ୟ ୧୬ ଟି ପଂଚାୟତରେ ତଦନ୍ତ ପାଇଁ ଦାବି କରି ବ୍ଲକ ସମ୍ମୁଖରେ ଧାରଣା ରେ ବସିଛନ୍ତି ବ୍ଲକର ନକେ ସରପଂଚ ଓ ସମିତି ସଭ୍ୟ – ତେବେ ରାସଗୋବିନ୍ଦପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏ ପରି ଭୁଲ କୁ ସ୍ବୀକାର କରିଥିବା ବେଳେ ଆଗକୁ ପ୍ରକୃତ ହିତାଧିକାରୀ ଙ୍କୁ ଚିହ୍ନଟ କରି ଭତ୍ତା ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି

ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାରେ ଭତ୍ତା ଯୋଜନା ରେ ସାଧବ କୁ ବିଧବା ଭତ୍ତା ଦେଇଥିବା ଜଣେ ଅଧିକାରୀ ନିଲମ୍ବିତ ହେବା ପରେ ଘଟଣା ପୁରା ତଦନ୍ତ କରି ଏଥିରେ ସମ୍ପୃକ୍ତ ଅନ୍ୟ ସରକାରୀ ବାବୁ ମାନଙ୍କୁ ଦଣ୍ଡ କେବେ ତାକୁ ହିଁ ଅପେକ୍ଷା ।

   Related Posts