Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ବ୍ଲକ ପ୍ରମୁଖ ନିର୍ବାଚନରେ ବିଜେପିର ବାଜିମାତ୍, ୮୨୫ ଆସନରୁ ପୋଛି ନେଲା ୬୪୮, ବିରୋଧୀ ଧରାଶାୟୀ

10/07/2021 at 10:02 PM

ଲକ୍ଷ୍ନୌ ୧୦।୦୭: ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟିକୁ ମିଳିଲା ସଫଳତା। ଜିଲ୍ଲା ପଞ୍ଚାୟତ ନିର୍ବାଚନ ପରି ବ୍ଲକ ପ୍ରମୁଖ୍ୟ ନିର୍ବାଚନରେ ବାଜି ମାରି ନେଲା ବିଜେପି। ଧରାଶାୟୀ ହେଲେ ବିରୋଧୀ। ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ତୃଣମୂଳ ସ୍ତରରେ ନିଜକୁ କେତେ ସୁଦୃଢ କରିଛି ତାର ଝଲକ ପୁଣି ଥରେ ଦେଖିବାକୁ ମିଳିଛି ଝଲକ। ୮୨୫ ବ୍ଲକ ପ୍ରମୁଖ ଆସନରୁ ନିର୍ବାଚନ ଲଢି ୬୪୮ ଆସନ ପୋଛି ନେଇଛି ବିଜେପି। ଅନ୍ୟପଟେ ପୁଣି ଥରେ ଚିତପଟାଙ୍ଗ ମାରିଛନ୍ତି ବିରୋଧୀ ଦଳ। କିଛି ସିଟ୍‌ରେ ସମାଜବାଦ ପାର୍ଟି  ଜିତି ନିଜ ସମ୍ମାନ ରଖିବାକୁ ସଫଳ ହୋଇଛି। ଦଳର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜୟୀ ପ୍ରାର୍ଥୀଙ୍କୁ ଜଣାଇଛନ୍ତି ଅଭିନନ୍ଦନ।

ଏହି ବିଜୟ ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୁସି ବ୍ୟକ୍ତ କହିଛନ୍ତି ସମ୍ପୂର୍ଣ୍ଣ ଫଳ ଆସିବା ପରେ ଆହୁରି ଅଧିକ ପ୍ରାର୍ଥୀ ଜିତିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ସେହିପରି ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ୭୫ ଆସନରୁ ଦଳ ୬୭ଟିରେ ବିଜୟ ହେବା କଥା ମନେ ପକାଇ ଦଳର ଭେଦଭାବ ବିହୀନ ରାଜନୀତି ଯୋଗୁଁ ସଫଳତା ମିଳିଛି ବୋଲି ଯୋଗୀ କହିଛନ୍ତି। 

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ଜିଲ୍ଲା ପଞ୍ଚାୟତ ଚେୟାରପର୍ସନ ନିର୍ବାଚନରେ ବିଜେପିକୁ ବଡ଼ ସଫଳତା ମିଳିଥିଲା। ମାତ୍ର ୮ଟି ସିଟ୍‌କୁ ଛାଡ଼ିଦେଲେ ବାକି ସବୁ ସିଟ୍ ଜିତିଥିଲା ଦଳ। ଜିଲ୍ଲା ପଞ୍ଚାୟତ ଚେୟାରପର୍ସନ ନିର୍ବାଚନ ପାଇଁ ଜୁଲାଇ ଦୁଇ ତାରିଖରେ ଭୋଟଗ୍ରହଣ ହୋଇଥିଲା। ପରଦିନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଗଣତି ହୋଇଥିଲା। ଏଥିରେ ବିଜେପି ୭୫ ଶିଟ୍‌ରୁ ୬୭ଟିରେ ବିଜୟୀ ହୋଇଥିଲା। ନିର୍ବାଚନ ଫଳାପଳରେ ଖୁସୀପ୍ରକାଶ କରି ରାଜ୍ୟ ବିଜେପି ଅଧ୍ୟକ୍ଷ ସାୱନ୍ତତରା ଦେବ ସିଂହ କହିଥିଲେ ଆସନ୍ତା ୨୦୨୨ ନିର୍ବାଚନ ମଧ୍ୟ ଆମେ ଜିତିବୁ।

ତେବେ ପୂର୍ବରୁ ଜୁନ ୨୯ ତାରିଖରେ ରାଜ୍ୟରେ ୨୨ଟି ଜିଲ୍ଲା ପଞ୍ଚାୟତ ନିର୍ବାଚନ ନିର୍ବିରୋଧ ଭାବେ ହୋଇଥିଲା। ସେଥିମଧ୍ୟରୁ ୨୧ ଆସନ ବିଜେପିକୁ ମିଳିଥିବା ବେଳେ ଗୋଟିଏ ସମାଜବାଦୀ ପାର୍ଟି ଭାଗ୍ୟକୁ ଯାଇଥିଲା। ତେବେ ପୂର୍ବୁ ଘୋଷଣା ଅନୁସାରେ ମାୟାବତୀଙ୍କ ବିଏସ୍‌ପି ନିର୍ବାଚନ ଲଢ଼ି ନାହିଁ।

   Related Posts