ବିଡିଓଙ୍କ ମନମୁଖି କାର୍ଯ୍ୟ ପ୍ରତିବାଦରେ ନାକଟିଦେଉଳ ବ୍ଲକରେ ତାଲା ପକାଇଲେ ବ୍ଲକ୍ ଅଧକ୍ଷା
19/09/2019 at 3:33 PM

ରେଢାଖୋଲ ୧୯|୯: ରେଢାଖୋଲ ନାକଟିଦେଉଳ ବ୍ଲକରେ ତାଲା ପକାଇଲେ ଶାସକ ଦଳର ବ୍ଲକ୍ ଅଧକ୍ଷା ମନ୍ଦାକିନୀ ରାଉଳ । ବ୍ଲକରେ ହେଉଥିବା ଉନ୍ନତିମୂଳକ କାମରେ ଦୁର୍ନୀତି, ବିଡିଓଙ୍କ ମନମୁଖି କାରାବାର ପ୍ରତିବାଦରେ ନାକଟିଦେଉଳ ବ୍ଲକ୍ ଅଧକ୍ଷା ମନ୍ଦାକିନୀ ରାଉଳ ନିଜେ କାର୍ଯ୍ୟାଳୟରେ ଗେଟରେ ତାଲା ପକାଇଛନ୍ତି ।
ବ୍ଲକରେ ହେଉଥିବା ବିଭିନ୍ନ କାର୍ଯ୍ୟରେ ବିଡିଓ ମଥେଡିୟସ ଲାକ୍ରା, ଅଧକ୍ଷାଙ୍କ ସହ କୌଣସି ଆଲୋଚନା ନକରି ମନଇଛା କାମ କରିବା ସହ ବିନା କାମରେ ବିଲ କରି ଦୁର୍ନୀତି କରିଥିବାର ଗୁରୁତର ଅଭିଯୋଗ ଆଣିଛନ୍ତି ସେ ।