ମହଙ୍ଗା ପଡିଲା ଦାଦାଗିରି : ବ୍ଲକ୍ ଅଧ୍ୟକ୍ଷ ଗିରଫ

Published By : Prameya-News7 Bureau | January 02, 2020 IST

ନୂଆପଡା ୨/୧: ଗିରଫ ହେଲେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର । ଗଣ୍ଡଗୋଳକାରୀ ଙ୍କୁ ଉସକାଇବା ସହ ଅଭିଯୋଗକାରୀଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଜେଲ ଗଲେ ଅଧ୍ୟକ୍ଷ ।

 ଗତ ୯ ତାରିଖରେ ଖଡିଆଳ ଶବର ପଡାର ସୁନିଲ ନାଇଡୁ ନାମକ ଏକ ଯୁବକ ସାଥିରେ ଅଧ୍ୟକ୍ଷଙ୍କ ପୁତୁରା ପ୍ରଲେନ୍ଦୁ ଶବରଙ୍କ ଗଣ୍ଡଗୋଳ ହୋଇଥିଲା । ଯାହାକୁ ଅଧ୍ୟକ୍ଷ ଉସକାଇଥିବା ଅଭିଯୋଗ ଥିବା ଅଭିଯୋଗ ସହ କକା ପୁତୁରା ନାମରେ ଥାନାରେ ଅଭିଯୋଗ ହୋଇଥିଲା । ପରେ ଉତ୍ୟକ୍ତ ହୋଇ ଅଧ୍ୟକ୍ଷ ବାଳକୃଷ୍ଣ ଅଭିଯୋଗକାରୀ ନାଇଡୁଙ୍କୁ ଚାପୁଡା ମାରିଥିଲେ ।

ଅଭିଯୋଗକ୍ରମେ ସେହି ଦିନ ହିଁ ପ୍ରଲେନ୍ଦୁଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବାବେଳେ ଆଜି ଅଧ୍ୟକ୍ଷଙ୍କୁ ଖଡିଆଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଖଡିଆଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସୁନିଲଙ୍କ ଏକ ଅଟୋକୁ ମଧ୍ୟ ଭଙ୍ଗା ଯାଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.