Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଭିଜିଲାନ୍ସ ଜାଲରେ ବ୍ଲକ୍ ସିଡିପିଓ, ଡ୍ରାଇଭରଙ୍କଠୁ ନେଉଥିଲେ ଲାଞ୍ଚ

18/07/2020 at 10:41 AM

ବାସୁଦେବପୁର, ୧୮।୦୭: ଭିଜିଲାନ୍ସ ଜାଲରେ ବ୍ଲକ୍ ସିଡିପିଓ । ବାସୁଦେବପୁର ବ୍ଲକର ସିଡିପିଓ ଜାନକୀ ଦାଶ ଭିଜିଲାନ୍ସ ଫାଶରେ ପଡ଼ିଛନ୍ତି । ଏକ ଠିକା ଡ୍ରାଇଭରର ପାଉଣା ପାସ କରିବା ନିମନ୍ତେ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଯୋଜନା ମୁତାବକ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କ ମାଡ଼ି ବସିଥିଲା ।

ଆଇସିଡିଏସ କାର୍ଯ୍ୟାଳୟର ଦୈନିକ ଡ୍ରାଇଭର ଭାବେ ରାଜକିଶୋର ନାୟକ କାମ କରୁଛନ୍ତି । ୨୦୧୯ ମସିହା ଜୁଲାଇ ମାସଠାରୁ ତାଙ୍କର ବକେୟା ଦରମା ୪୦ ହଜାର ଟଙ୍କା ପାଇନଥିଲେ । ଶ୍ରୀମତୀ ଦାଶଙ୍କୁ ବାରମ୍ବାର ତାଙ୍କର ବକେୟା ଦରମା ମାଗି ଆସୁଥିଲେ । ସିଡିପିଓ ଡ୍ରାଇଭରଙ୍କ ବକେୟ ପାଉଣା ପ୍ରଦାନ ନେଇ ୩ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଡ୍ରାଇଭର ଶ୍ରୀ ନାୟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

ଶୁକ୍ରବାର ଅପରାହ୍ନରେ ଭଦ୍ରକ ବାଲେଶ୍ୱର ଭିଜଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ଭିଜଲାନ୍ସ ଡିଏସପି ବାସୁଦେବପୁରରେ ପହଞ୍ଚି ଜମି ରହିଥିଲେ । ଡ୍ରାଇଭର ଶ୍ରୀ ନାୟକ ଶ୍ରୀମତି ଦାଶଙ୍କୁ ଲାଞ୍ଚ ଟଙ୍କା ଦେବା ପରେ ଟିମ ମାଡ଼ି ବସିଥିଲା । ରଙ୍ଗ ହାତର ଟଙ୍କା ଜବତ କରିବା ସହ ଆଇସିଡିଏସ୍‌ କାର୍ଯ୍ୟାଳୟରେ କେତେକ ସରକାରୀ କାଗଜପତ୍ର ଯାଞ୍ଚ କରିଥିଲା । ସିଡିପିଓଙ୍କ କାରକୁ ମଧ୍ୟ ଜବତ କରାଯାଇଛି । ଶ୍ରୀମତୀ ଦାଶଙ୍କୁ ଭିଜିଲାନ୍ସ କୋର୍ଟ ବାଲେଶ୍ୱରକୁ ଅଣାଯାଇଛି । ତାଙ୍କ ସମୁଦାୟ ସମ୍ପତ୍ତି ନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି ।

   Related Posts