ଆଠଗଡ଼: ଥାନା ସାମ୍ନାରେ କର୍ମୀଙ୍କ ସହ ଧାରଣାରେ ବସିଲେ ବିଜେଡି ବ୍ଲକ ସଭାପତି
22/01/2021 at 4:02 PM

ଆଠଗଡ଼୨୨/୧: ଥାନା ସାମ୍ନାରେ ବିଜେଡି ବ୍ଲକ ସଭାପତି ଏବଂ ତାଙ୍କ ସମର୍ଥକମାନେ ଧାରଣାରେ ବସିଛନ୍ତି। ନରସିଂହପୁର ବ୍ଲକ କାନପୁର ଥାନା ଅନ୍ତର୍ଗତ ହରିପୁର ଗ୍ରାମର ବୋମାମାଡ଼ ଘଟଣାରେ ଗତକାଲି ଜଣକୁ ଗିରଫ କରିଛି କାନପୁର ପୋଲିସ୍। ହରିପୁର ଗ୍ରାମର ଅମୀୟ କୁମାର ପଣ୍ଡାଙ୍କ ଘରେ ଏକ ବିସ୍ଫୋରଣ ଭଳି ଶବ୍ଦ ଶୁଣି ଅମୀୟ ବାହାରକୁ ଆସିଥିଲେ।
ପରେ ସେହି ଗ୍ରାମର ୮ରୁ ୧୦ ଜଣ ଲୋକ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପରିବାର ସଦସ୍ୟଙ୍କୁ ବାହାରକୁ ଆଣି ସେମାନଙ୍କ ଠାରୁ ସୁନା ଗହଣା ଲୁଟି ନେଇଥିଲେ। ଏହି ଘଟଣାରେ କାନପୁର ପୋଲିସ୍ ନରସିଂହପୁର ବିଜେଡ଼ି ବ୍ଲକ୍ ସଭାପତିଙ୍କ ପୁଅ ଜ୍ୟୋତିପଶୁ ଦାଶଙ୍କୁ ଗିରଫ କରିଛି। ଏପଟେ ବ୍ଲକ ସଭାପତି ଏବଂ ତାଙ୍କ ସମର୍ଥକମାନେ କହିଛନ୍ତି ଯେ, ସେ ନିର୍ଦ୍ଦୋଶ , ତାଙ୍କର କୌଣସି ଭୁଲ ନାହିଁ। ଏ ନେଇ ଥାନା ଆଗରେ ବିଜେଡି ବ୍ଳକ୍ ସଭାପତି କୃପାସିନ୍ଧୁ ଦାଶ ଏବଂ ତାଙ୍କ ସମର୍ଥକମାନେ ଧାରଣାରେ ବସିଛନ୍ତି। ଘଟଣା ସ୍ଥଳରେ ଆଠଗଡ଼ ଏସ୍ଡିପିଓ ଆଲୋକ ରଞ୍ଜନ ରାୟ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରୁଛନ୍ତି।