କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହେଲା ଲର୍ଡ ଗୁଞ୍ଜନ ପ୍ୟାଲେସ୍ ଆପାର୍ଟମେଣ୍ଟ, ସଂକ୍ରମଣ ବଢିବାରୁ ପଦକ୍ଷେପ

Published By : Prameya-News7 Bureau | July 16, 2021 IST

ଭୁବନେଶ୍ବର ୧୬।୭: ଭୁବନେଶ୍ବର ରସୁଲଗଡ ଓ୍ବାର୍ଡ ନଂ ୩୧ ସ୍ଥିତ ଲର୍ଡ ଗୁଞ୍ଜନ ପ୍ୟାଲେସ ଆପାର୍ଟମେଣ୍ଟର ବ୍ଲକ୍ ‘ବି’କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସଂକ୍ରମଣ ବୃଦ୍ଧି ପାଇବାରୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ଆପାର୍ଟମେଣ୍ଟର ବ୍ଲକ୍ ‘ବି’ରୁ ଏକାଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ତେବେ ସଂପୃକ୍ତ ଆପାର୍ଟମେଣ୍ଟକୁ ବାହାର ଲୋକ ଯିବା ଏବଂ ଆପାର୍ଟମେଣ୍ଟରେ ରହୁଥିବା ଲୋକ ବାହାରକୁ ଯିବା ଉପରେ କଟକଣା ଲାଗୁ କରାଯାଇଛି । ଏହାସହ କଣ୍ଟେନମେଣ୍ଟ ଜୋନ୍ ରେ ରହୁଥିବା ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଆପାର୍ଟମେଣ୍ଟରେ ରହୁଥିବା ସମସ୍ତ ଲୋକଙ୍କୁ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ।

{"id":481491,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.