Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ମେକ୍ସିକୋର ରହସ୍ୟମୟ ଗାଁ, ଯେଉଁଠି ମଣିଷଙ୍କଠାରୁ ଆରମ୍ଭ କରି ପଶୁପକ୍ଷୀ ମଧ୍ୟ ଅନ୍ଧ

26/05/2019 at 4:44 PM

ବିଶ୍ବରେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଯାହାର ରହସ୍ୟ ଉପରୁ ଏପର୍ଯ୍ୟନ୍ତ ବିଜ୍ଞାନ ମଧ୍ୟ ପରଦା ହଟାଇପାରିନି। ଏମିତି ଏକ ଗାଁ ହେଉଛି ପୂର୍ବୋତ୍ତର ମେକ୍ସିକୋର  ଟୁଲ୍ଟେପେକ୍। ଏଠାକାର ଏକ ବୃକ୍ଷ  ଗାଁର ମଣିଷଙ୍କ ସମେତ ପଶୁ ପକ୍ଷୀଙ୍କୁ ମଧ୍ୟ ଅନ୍ଧ କରିଦେଉଛି ବୋଲି ଗାଁ ଲୋକେ ଦୀର୍ଘ ବର୍ଷରୁ ଅଭିଯୋଗ କରିଆସୁଛନ୍ତି। ଏଥିପାଇଁ ଗାଁ ଲେକୋ ଯେଉଁ ଗଛକୁ ଦାୟୀ କରୁଛନ୍ତି  ତାହା ହେଉଛି ଏକ ଲାବଜୁଏଜା ଗଛ। ଲୋକେ କହନ୍ତି ଏହି ବୃକ୍ଷର ଡାଳରେ ଯଦି ପକ୍ଷୀ ବି ବସେ କିଛି ସମୟ ପରେ ଦୃଷ୍ଟି ହରାଇ ଏଣେତେଣେ ଉଡି ପିଟି ହୁଏ।

ଗାଁର ପିଲାଠୁ ବୁଢା ସମସ୍ତେ ଦୃଷ୍ଟି ହୀନ। ଚାଲବୁଲ କରିବାକୁ ଜଷ୍ଟି ହିଁ ସେମାନଙ୍କ ଭରସା। ଗାଁର ଲୋକ ସଂଖ୍ୟା ପ୍ରାୟ ୩ଶହ। ଏମାନେ ପ୍ରାଚୀନ ରେଡ ଇଣ୍ଡିଆନ ପ୍ରଜାତି ଜେପୋଟିକ ଜନଜାତିର। ଗାଁର ଲୋକେ ଦୃଷ୍ଟି ହୀନ ବୋଲି ସେମାନଙ୍କ ଘରକୁ ଦେଖିଲେ ହିଁ ଜଣାପଡିଯାଏ। ଯେହେତୁ ଲୋକଙ୍କ ଦୃଷ୍ଟି ଶକ୍ତି ନାହିଁ ତେହେତୁ ଘରେ ସେମାନଙ୍କର ଝରକାର ଆବଶ୍ୟକତା ନଥାଏ। ଗାଁର ଲୋକଙ୍କ ଘରେ ଖଟ କି ପଲଙ୍କ ବି ନାହିଁ। ସେମାନେ ଚଟ୍ଟାଣ ଉପରେ ସୁଅନ୍ତି। ନେତ୍ରହୀନ ଯୋଗୁ କାଠରେ ତିଆରି ଅସ୍ତ୍ରଶସ୍ତ୍ର ବ୍ୟବହାର କରନ୍ତି ଓ ଯାନବାହନ ବ୍ୟବହାର କରନ୍ତି ନାହିଁ। ଏଣୁ ଗାଁରେ ଗୋଟିଏ ବି ଗାଡି ନାହିଁ।

 

ତେବେ ବୈଜ୍ଞାନିକମାନେ ବୃକ୍ଷର ଅନେକ ଯାଞ୍ଚ କରିଛନ୍ତି ହେଲେ ଗଛ ଯୋଗୁଯେ କେହି ଦୃଷ୍ଟି ଶକ୍ତି ହରାଉଛି ସେ କଥାକୁ ବିଜ୍ଞାନ ବିଶ୍ବାସକୁ ନେଉନି। ତେବେ ଦେଖାଯାଉଥିବା ବିଷାକ୍ତ ପ୍ରଜାତିର ମାଛି ହିଁ ଏହାର କାରଣ ହୋଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି  ।ଏଣୁ ଦୃଷ୍ଟିଶକ୍ତି ହରାଇଥିବା ଲୋକଙ୍କ ଚିକିତ୍ସା ପାଇଁ ଏବେ ଉଦ୍ୟମ କରାଯାଉଛି । ଟୁଲ୍ଟପେକ୍ ମ୍ୟୁନସିପାଲ୍ଟି କୁ ସଂଯୁକ୍ତ କରୁଥିବା ରାସ୍ତାରେ ଏହି ଗାଁଟି ପଡେ। ସହର ନିକଟରେ ରହି ମଧ୍ୟ ଲୋକେ ଦୃଷ୍ଟି ଶକ୍ତି ହରାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

   Related Posts