ଅବିଶ୍ୱସନୀୟ ! ଇଂରାଜୀରେ କ୍ରିକେଟ୍ କମେଣ୍ଟ୍ରି କରୁଛନ୍ତି ନେତ୍ରହୀନ ବ୍ୟକ୍ତି, ହେଲେ ଶିଖି ନାହାନ୍ତି ଇଂରାଜୀ
9/01/2021 at 6:09 PM

ରାୟପୁର ୦୯/୦୧ : ଟ୍ୟାଲେଣ୍ଟ ମୁଖର ମହତାଜ ନୁହେଁ। ନିଜ ଟ୍ୟାଲେଣ୍ଟ ଦୁନିଆ ସାମ୍ନାକୁ ଆଣିବା ପାଇଁ ଦରକାର ହୋଇଥାଏ ଦୃଢ ଇଛାଶକ୍ତି ଓ ସାହସର। ଛତିଶଗଡ଼ କ୍ୟାଡର ଆଇଏଏସ ଅଧିକାରୀ ଓ ବୈଷୟିକ ଶିକ୍ଷା ଉପସଚିବ ଅବନିଶ ଶରଣ ଏହିଭଳି ଏକ ଟ୍ୟାଲେଣ୍ଟେଡ୍ ବ୍ୟକ୍ତିଙ୍କ ଭିଡିଓ ସେୟାର କରିଛନ୍ତି। ଭିଡିଓ ଭାଇରାଲ ହେବାପରେ ଅନେକ ପ୍ରଶଂସା ହେଉଛି। ତେବେ ଭିଡିଓ ଖାସ ହେବାର କାରଣ ହେଲା ବ୍ୟକ୍ତି ଜଣକ ନେତ୍ରହୀନ, ସେ ଦେଖି ପାରନ୍ତିନି କି ଇଂରାଜୀ ଶିଖି ନାହାନ୍ତି। ତଥାପି ସେ ଇଂରାଜୀ କ୍ରିକେଟ କମେଣ୍ଟ୍ରି ଏହିଭଳି ନକଲ ଯାହାକୁ ଶୁଣି ଆପଣ ଭାବିବେ ଲାଇଭ ମ୍ୟାଚ ଚାଲିଛି। ବ୍ୟକ୍ତି ଜଣକ ଷ୍ଟାଡିୟମ୍ରେ ଉପସ୍ଥିତ ଦର୍ଶକଙ୍କ ପାଟିତୁଣ୍ଡର ମଧ୍ୟ ନକଲ କରିପାରନ୍ତି।
ଅବନିଶ ଶରଣ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଏହି ବ୍ୟକ୍ତିଙ୍କ ଟ୍ୟାଲେଣ୍ଟ ସମ୍ପର୍କରେ କହିଛନ୍ତି। ସେ ଲେଖିଛନ୍ତି, ଜଣେ ଦୃଷ୍ଟିହୀନ ଇଂରାଜୀରେ କ୍ରିକେଟ କମେଣ୍ଟ୍ରି ନକଲ କରୁଛନ୍ତି ଯିଏ ନା କେବେ କ୍ରିକେଟ ମ୍ୟାଚ ଦେଖିଛନ୍ତି ନା ଇଂରାଜୀ ଶିଖିଛନ୍ତି। ସେ ଷ୍ଟାଡିୟମରେ ଦର୍ଶକଙ୍କ ସାମୁହିକ ପାଟିତୁଣ୍ଡର ମଧ୍ୟ ନକଲ କରନ୍ତି, ଅଦ୍ଭୁତ, ଅବିଶ୍ୱସନୀୟ !!!