‘ମେଘମାଳା’ ଦୁନିଆ କ’ଣ ଦେଖିପାରନ୍ତିନି – ହେଲେ ସୁମଧୁର କଣ୍ଠର ଜାଦୁରେ ସମସ୍ତଙ୍କ ହୃଦୟ ଜିତୁଛନ୍ତି

Published By : Prameya-News7 Bureau | October 22, 2019 IST

କଳାହାଣ୍ଡି ୨୨।୧୦ - ସେ ଜନ୍ମରୁ ଦୃଷ୍ଟି ବାଧିତ ।କିନ୍ତୁ ସୁମଧୁର କଣ୍ଠର ଜାଦୁରେ ସମସ୍ତଙ୍କ ହୃଦୟ ଜିତୁଛନ୍ତି । ତାଙ୍କ କଣ୍ଠରେ ଦେବୀ ସରସ୍ବତୀ ବିରାଜମାନ କରିଛନ୍ତି । କଂଣ୍ଠର ଯାଦୁଗରୀ ସ୍ପର୍ଶରେ ମନ୍ତ୍ରମୁଗ୍ଧ କରୁଛନ୍ତି କଳାହାଣ୍ଡି ଜିଲ୍ଲାର କଣ୍ଠ ଶିଳ୍ପୀ ମେଘମାଳା ।

{"id":173299}

ଦୁନିଆ କ’ଣ ଦେଖିପାରନ୍ତିନି । କିନ୍ତୁ ଅଦଭୂତ ପ୍ରତିଭାର ଅଧିକାରୀଣୀ ।ତାଙ୍କ କଣ୍ଠରେ ରହିଛି ଯାଦୁ । ଆମେ କହୁଛୁ କଳାହାଣ୍ଡିର ମେଘମାଳା ପଣ୍ଡାଙ୍କ କଥା । ଜନ୍ମରୁ ସେ ଦିବ୍ୟାଙ୍ଗ । କିନ୍ତୁ ଦୃଢ ଇଛାଶକ୍ତି ଯେ।ଗୁଁ ଆଜି ସେ ସଙ୍ଗୀତ ବିଶାରଦ । ସୁମଧୁର କଣ୍ଠରେ ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛନ୍ତି ମେଘମାଳା ।

{"id":173304}

୩୯ ବର୍ଷୀୟ ମେଘମାଳାବିଶ୍ବଶ୍ରୀ କଳାକେନ୍ଦ୍ର ରୁ  ଓଡିଶୀ ,ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ ବିଶାରଦ ପାସ କରି ଉଚ୍ଚ ସଂଗୀତ ସାଧନା ଜାରି ରଖିଛନ୍ତି । ହାରମୋନିୟମ ଓ ତବଲା ବାଦନ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି । ତାଙ୍କ ସୁମଧୁର ସ୍ବର ତାଙ୍କୁ ଜିଲ୍ଲା ତଥା ରାଜ୍ୟସ୍ତରରେ ପରିଚୟ ଦେଇଛି । ଏବଂ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଦିତ କରିଛନ୍ତି । ତାଙ୍କର ଏହି ପ୍ରତିଭା ଯେ।ଗୁଁ କଳାହାଣ୍ଡି ଜିଲ୍ଲାପାଳ ବୃନ୍ଦା ଡି ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟରେ ତାଙ୍କୁ ଅସ୍ଥାୟୀ ଶିକ୍ଷକତା କରିବାକୁ ସୁଯୋଗ ଦେଇଛନ୍ତି । ହେଲେ ମେଘମାଳା ଆଖିରେ ଅନେକ ସ୍ବପ୍ନ । ସୁଯୋଗ ମିଳିଲେ ସଂଗୀତ ରେ ନିଜ କ୍ୟାରିୟର କରିବାକୁ ସେ ଆଶାବାଦୀ ।

{"id":173305}

ମେଘମାଳାଙ୍କ ସଫଳତାରେ ପରିବାର ବେଶ ଖୁସୀ । ହେଲେ ଭବିଷ୍ୟତକୁ ନେଇ ଆଶଙ୍କିତ । ବାପା ସ୍ବର୍ଗତ ଆରକ୍ଷୀତ ପଣ୍ଡା ଜନ୍ମ ରୁ ମେଘମାଳାଙ୍କର ଦୃଷ୍ଟିଶକ୍ତି ନ ଥିବା ଜାଣିଥିଲେ ମଧ୍ୟ ତାଙ୍କୁ ସଂଗୀତ ସାଧନା ପାଇଁ ସୁଯେ।ଗ ଦେଇଥିଲେ । ବାପା ଙ୍କ ବିୟୋଗ ପରେ  ପରିବାର ସହଯୋଗ ଜାରି ରହିଛି । ଯାହା ଆଜି ମେଘମାଳା ସଫଳତା ଆଣି ଦେଇ ପାରିଛି । ହଲେ ଭବିଷ୍ୟତ ସୁରକ୍ଷା  ପାଇଁ ସରକାର ଙ୍କ ଠାରୁ ସ୍ଥାୟୀ ବ୍ୟବସ୍ଥା ର ଆଶା ବ୍ୟକ୍ତ କରଛନ୍ତି ପରିବାର ।

{"id":173306}

ବିଭିନ୍ନ ରିୟଲିଟି ସୋ ରେ ଭାଗ ନେବାକୁ ପ୍ରୟାସ ଜାରି ରଖିଛନ୍ତି ମେଘମାଳା। ସୁଯୋଗ ମିଳିଲେ ସେ ମଧ୍ୟ ସଂଗୀତ ଦୁନିଆଁରେ କିଛି କରିଦେଖାଇ ପାରନ୍ତେ ।

{"id":173307}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.