Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ପିଲାବେଳୁ ହରାଇଛନ୍ତି ଦୃଷ୍ଟି ଶକ୍ତି, ବାଦାମ ବିକ୍ରି କରି ଚଳାଉଛନ୍ତି ପରିବାର

1/11/2021 at 4:15 PM

ପୁରୀ ୧।୧୧: ପିଲାବେଳୁ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ଦୃଷ୍ଟି ଶକ୍ତି ହରାଇଛନ୍ତି। ମହାପ୍ରଭୁଙ୍କ ମୁଖ ମଣ୍ଡଳ ଦେଖିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରିନଥିଲେ ମଧ୍ୟ ସେ କିନ୍ତୁ ଏଥିରେ ହତୋତ୍ସାହିତ ହୋଇନାହାନ୍ତି। ମହାପ୍ରଭୁଙ୍କ ଉପରେ ଗଭୀର ବିଶ୍ବାସ ରଖି ଛୋଟିଆ ବ୍ୟବସାୟଟିଏ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ବ୍ରହ୍ମପୁର ହୁଗୁଳାପଟା ଅଞ୍ଚଳର ମିଟୁ ସ୍ବାଇଁ। ଦୀର୍ଘ ୪ ବର୍ଷ ହେବ ସେ ପୁରୀ ଆସି ଶ୍ରୀମନ୍ଦିର ନିକଟରେ ବାଦାମ ବିକ୍ରି କରି ନିଜର ପରିବାର ଚଳାଉଛନ୍ତି ।

ତେବେ ସବୁଠାରୁ ବଡ କଥା ହେଉଛି ଆର୍ଥିକ ଅନଟନ ସତ୍ତ୍ବେ ସେ କେବେ ଭିକ୍ଷା ବୃତ୍ତିକୁ ଆବୋରି ନାହାନ୍ତି। ବାଦାମ ବିକ୍ରି କରି ସ୍ବଳ୍ପ ରୋଜଗାର ଥିଲେ ମଧ୍ୟ ଏହା ଏକ ସମ୍ମାନଜନକ କାର୍ଯ୍ୟ ସହ ଏଥିରେ ତାଙ୍କ ପରିବାର ଚଳିଯାଏ ବୋଲି ମିଟୁ ସ୍ବାଇଁ କହିଛନ୍ତି। ଅନେକ ବ୍ୟକ୍ତି ଦିବ୍ୟାଙ୍ଗ ହୋଇନଥିଲେ ମଧ୍ୟ ଅଳସୁଆ ପ୍ରକୃତି ଯୋଗୁଁ ଭିକ୍ଷା ବୃତ୍ତିକୁ ଆବୋରି ନେଇଛନ୍ତି। କିନ୍ତୁ ଏହି ଦିବ୍ୟାଙ୍ଗ ମିଟୁ ଭିକ୍ଷା ବୃତ୍ତି ଭଳି ହୀନ କାର୍ଯ୍ୟକୁ ନ ଆବୋରି ନିଜେ ସ୍ବାବଲମ୍ବୀ ହେବାକୁ ଚେଷ୍ଟା କରିଥିବା ବେଳେ ସେ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସେହିପରି ମହାପ୍ରଭୁଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ ରଖି କାର୍ଯ୍ୟ କଲେ ସବୁକିଛି ସମ୍ଭବ ହୋଇପାରିବ ବୋଲି ମିଟୁ କହିଛନ୍ତି।

   Related Posts