ଜନ୍ମରୁ ଅନ୍ଧ କିନ୍ତୁ ଦେଖୁଛନ୍ତି ଲୋକଙ୍କ ଭବିଷ୍ୟତ: କରୋନାକୁ ନେଇ ମଧ୍ୟ କରିଛନ୍ତି ଅନୁମାନ

Published By : Prameya-News7 Bureau | September 28, 2020 IST

ଅନୁଗୁଳ ୨୮/୦୯ : ଅନ୍ଧ ଦେଖୁଛି ଭବିଷ୍ୟତ, କଥାଟା ବିଶ୍ବାସ ହେଉ ନ ଥିଲେ ମଧ୍ୟ ସତ । ଜନ୍ମରୁ ଅନ୍ଧଥିବା ନୃସିଂହଙ୍କ ପାଖରେ ଭଲମନ୍ଦ ଏବଂ ଭବିଷ୍ୟତ ଜାଣିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ଦୁନିଆର ଆଲୋକ ଦେଖି ପାରୁ ନଥିବା ଲୋକ କିନ୍ତୁ ଲୋକଙ୍କୁ ଆଲୋକ ଦେଖାଉଛନ୍ତି । ନିଜେ ଅନ୍ଧ, କିନ୍ତୁ ଲୋକଙ୍କ ଭବିଷ୍ୟତ କଥା କହୁଛନ୍ତି । ଏହି ଭବିଷ୍ୟତ କଥା, ଭଲ ମନ୍ଦ କଥା ଜାଣିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସନ୍ତି ଲୋକେ ।

{"id":335658,"sizeSlug":"large"}

ଲୋକଙ୍କ ଭବିଷ୍ୟତ ଦେଖୁଛନ୍ତି ତାଳଚେର ଅଞ୍ଚଳର ନୃସିଂହ ଚରଣ ନାୟକ । ବୟସ ୫୭ ବର୍ଷ । ନେହେରୁ ସେଣ୍ଟ୍ରାଲ ହସ୍ପିଟାଲ ନିକଟସ୍ଥ ରାସ୍ତା ପାର୍ଶ୍ଵ ଏକ ଗଛ ମୂଳରେ ବସିଥାନ୍ତି । ଆଉ ଯିଏ ରାସ୍ତାରେ ଯାଉଥାନ୍ତି, ଟିକେ ଭବିଷ୍ୟତ କଥା, ଭଲମନ୍ଦ କଥା ଜାଣିବା ପାଇଁ ଅଟକି ଯାଆନ୍ତି । ଆଉ ତାଙ୍କ କଥାକୁ ଗଭୀର ବିଶ୍ୱାସ ମଧ୍ୟ କରନ୍ତି । କାରଣ ସେ ଜନ୍ମରୁ ଅନ୍ଧ । ଆଉ ଯାହା କୁହନ୍ତି ତାହା ସତ ବୋଲି ଭାବିଥାନ୍ତି ।

{"id":335659,"sizeSlug":"large"}

ନିଜର ସାଧନା ଆଉ ଦିବ୍ୟଚକ୍ଷୁରେ ଏହି ସବୁ କଥା କହୁଛନ୍ତି ନୃସିଂହ। ପିଲାରୁ ଅନ୍ଧ ଥିବା ଯୋଗୁଁ ଅନ୍ୟମାନଙ୍କ ଠାରୁ ଶୁଣି ଶୁଣି, ସାଧନା କରି ଏହି ସବୁ କଥା କୁହନ୍ତି ବୋଲି କହିଛନ୍ତି । ଏଥିରେ ରାଶି ନକ୍ଷତ୍ରର କଥା ମଧ୍ୟ ରହିଛି । ତେବେ କରୋନା ମହାମାରୀ କେବେ ଦୂର ହେବ ବୋଲି ପ୍ରଶ୍ନ ପଚାରିବା ପରେ ତାର ମଧ୍ୟ ଜବାବ ଦେଇଛନ୍ତି ନୃସିଂହ । କରୋନା ମହାମାରୀ ଆସନ୍ତା ମାର୍ଚ୍ଚ ମାସ ଅର୍ଥାତ ୨୦୨୧ ମସିହା ମାର୍ଚ୍ଚ ମାସ ପରେ ଯିବ ବୋଲି ସେ ଅନୁମାନ କରି କହିଛନ୍ତି । ତାଙ୍କର ଏହି ସେବାରେ ଯିଏ ସ୍ୱଇଚ୍ଛାରେ ଯାହା ଦିଅନ୍ତି ତାକୁ ସେ ମନ ଖୁସିରେ ଗ୍ରହଣ କରିଥାନ୍ତି ।

wp:core-embed/youtube {"url":"https://www.youtube.com/embed/SXsmvbJafEc","type":"rich","providerNameSlug":"embed-handler","className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/SXsmvbJafEc
/wp:core-embed/youtube

ତେବେ ତାଙ୍କ କଥାକୁ ଲୋକମାନେ ବିଶ୍ବାସ କରୁ ଥିବାବେଳେ, ତାହା କେତେ ଗ୍ରହଣ ଯୋଗ୍ୟ ସାଧାରଣରେ ଚର୍ଚ୍ଚା ଆରମ୍ଭ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.