Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ମୋଦି, ୨ୟ ପର୍ଯ୍ୟାୟରେ ସମସ୍ତ ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କୁ ଭ୍ୟାକ୍‌ସିନ୍‌‌
  • ||
  • ଦେଶରେ କରୋନା ସଂକ୍ରମଣ ହ୍ରାସ ପରେ ପୁଣି ବୃଦ୍ଧି, ଗତ ୨୪ଘଣ୍ଟାରେ ୧୫,୨୨୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ସାନଖେମୁଣ୍ଡି : ପାହାଡ ତଳକୁ ଖସିଲା ବସ୍, ହେଲ୍‌ପର ଗୁରୁତର
  • ||
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||

ଲକଡାଉନର ସୁଯୋଗ ନେଇ ୫୩ ବର୍ଷିୟା ଦୃଷ୍ଟିହୀନା ମହିଳାଙ୍କୁ ଦୁଷ୍କର୍ମ : ରାଜସ୍ଥାନରେ ଫସିଥିଲେ ସ୍ବାମୀ

18/04/2020 at 4:06 PM

ଭୋପାଳ ୧୮/୪: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଶାହପୁର ଅଞ୍ଚଳରେ ୫୩ବର୍ଷ ବୟସ୍କା ମହିଳାଙ୍କ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସେ ଦେଖି ପାରନ୍ତି ନାହିଁ। ଘଟଣା ଘଟିଥିବା ସମୟରେ ତାଙ୍କ ସ୍ବାମୀ ଘରେ ନଥିଲେ। ଘଟଣାଟି ଅପ୍ରେଲ୍ ୧୬-୧୭ ତାରିଖ ରାତିର। ଅଭିଯୁକ୍ତ ଫେରାର ରହିଛି। ପୋଲିସ୍ ଖୋଜାଖୋଜି ଜାରି ରଖିଛି।

ପୀଡ଼ିତା ମହିଳା ବ୍ୟାଙ୍କ କର୍ମଚାରୀ। ତାଙ୍କ କହିବା ଅନୁସାରେ ସ୍ବାମୀ ରାଜସ୍ଥାନର ସିରୋହୀ ଯାଇଥିଲେ। ଲକଡାଉନ୍ କାରଣରୁ ସେ ସେଠାରେ ଫସିଯାଇଥିଲେ। ଘରେ ମହିଳା ଏକୁଟିଆ ଥିଲେ। ପୀଡ଼ିତା ଶୋଇବା ପୂର୍ବରୁ ବାଲକୋନିର କବାଟ ପବନ ଆସିବା ପାଇଁ ଖୋଲା ଛାଡ଼ି ଦେଇଥିଲେ। ରାତି ପାଖାପାଖି ୩ଟାରେ ଅଭିଯୁକ୍ତ ବାଲକୋନି ରାସ୍ତାରେ ଘରକୁ ପଶିଥିଲା। ଏହା ପରେ ମହିଳାଙ୍କୁ ଦୁ​‌ଷ୍କର୍ମ କରି ସେଠାରୁ ଫେରାର ହୋଇଯାଇଥିଲା।

କେବଳ ଏତିକି ନୁହେଁ ଅଭିଯୁକ୍ତ ପୀଡ଼ିତା ମହିଳାଙ୍କ ଫୋନ୍ ନେଇ ଯାଇଥିଲା ଏବଂ କବାଟ ବାହାରୁ ବନ୍ଦ କରି ଦେଇଥିଲା। ଯାହା ଫଳରେ ମହିଳା କାହା ସହିତ ଯୋଗାଯୋଗ କରି ପାରିବେ ନାହିଁ। ପରେ ମହିଳା ଚିତ୍କାର କରିବାରୁ ପଡ଼ୋଶୀମାନେ କବାଟ ଖୋଲିଥିଲେ। ମହିଳା ସବୁ କଥା କହିଥିଲେ। ପଡ଼ୋଶୀ ପୋଲିସକୁ ଫୋନ୍ କରି ମାମଲା ବିଷୟରେ ସୂଚନା ଦେଇଥିଲେ।

ଜଣେ ଏସଏସପି ପୀଡ଼ିତାଙ୍କ ସେକେଣ୍ଡ ଫ୍ଲୋରରେ ରୁହନ୍ତି। ସିଡ଼ିରେ ଲାଗି ବାଲକୋନି ଥିଲା। ବୋଧ ହୁଏ ଅଭିଯୁକ୍ତ ସିନି ରାସ୍ତାରେ ବାଲକୋନିକୁ ଡେଇଁ ଆସିଥିବାର ପୋଲିସ୍ ସନ୍ଦେହ କରିଛି। ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଏହା ସହିତ ରାଜସ୍ଥାନରେ ଫସିଥିବା ପୀଡ଼ିତାଙ୍କ ସ୍ବାମୀଙ୍କୁ ସିରୋହୀ ଡିଏମଙ୍କଠୁ ଅନୁମତି ମଗାଯାଇ ଭୋପାଳ ପଠା ଦିଆଯାଇଛି।

   Related Posts