ଚିତ୍କାର କରୁଥିଲେ ମହିଳା , ଭୂତ ଛଡ଼ାଉଥିଲା ଭଣ୍ଡବାବା : ପହଞ୍ଚିଗଲା ପୋଲିସ୍
27/06/2019 at 11:32 AM

ଗୁରୁଦାସପୁର ୨୭/୬: ପଞ୍ଜାବର ଗୁରୁଦାସପୁରର କସ୍ବା ଫତେଗଡ଼ର ଚୁଡ଼ିୟାଁ ଗାଁର ମାଲେବାଲରେ ବାବାର ନାଟକର ପର୍ଦ୍ଦାଫାଶ କରିଛନ୍ତି ସତ୍କାର କମିଟିର ସଦସ୍ୟମାନେ। ଏହି ବାବା ଗୁରୁ ଗ୍ରନ୍ଥ ସାହେବଙ୍କ ଦରବାରରେ ଲୋକଙ୍କଠୁ ଭୂତପ୍ରେତ ଛଡ଼ାଇବାର ନାଟକ କରୁଥିଲା ଏବଂ ଲୋକଙ୍କୁ ଅନ୍ଧବିଶ୍ବାସର ଜାଲରେ ଫସାଉଥିଲା। ପୋଲିସ୍ ଏହି ଧର୍ମ ସିଂହ ନାମକ ଭଣ୍ଡବାବା ଏବଂ ଏହାର ସହଯୋଗୀଙ୍କୁ ଗିରଫ କରି ମାମଲାର ତଦନ୍ତ ଆରମ୍ଭ କରି ଦେଇଛି।
ସତ୍କାର କମିଟିର ଜଣେ ସଦସ୍ୟଙ୍କ କହିବାନୁସାରେ ତାଙ୍କୁ ସୂଚନା ମିଳିଥିଲା ଯେ କସ୍ବା ଫତେଗଡ଼ ଚୁଡ଼ିୟାଁ ଗାଁର ମାଲେବାଲରେ ଧର୍ମ ସିଂହ ନାମକ ବାବା ଲୋକଙ୍କୁ ବୋକା ବନାଇ ଶ୍ରୀ ଗୁରୁଗ୍ରନ୍ଥ ସାହେବଙ୍କ ଦରବାରରେ ଲୋକଙ୍କଠୁ ଭୂତପ୍ରେତ ଛଡ଼ାଇବାର ନାଟକ କରୁଥିଲା। ଯେତେବେଳେ ସେ ପୋଲିସକୁ ନେଇ ବାବା ଘରେ ପହଞ୍ଚିଥିଲେ ସେତେବେଳେ ବାବା ୨ଫୁଟର ଲୁହାବାଡ଼ିରେ ମହିଳାଙ୍କଠୁ ଭୂତ ଛଡ଼ାଉଥିଲା ଏବଂ ମହିଳା ଜଣକ ଚିତ୍କାର କରୁଥିଲେ।
ଅନେକ ଲୋକ ସେଠାରେ ବସିଥିଲେ। ସେଠାରେ ପୋଲିସଙ୍କ ସହାୟତାରେ ଏହି ଭଣ୍ଡବାବାକୁ ଘଟଣାସ୍ଥଳରେ ଗିରଫ କରାଯାଇଥିଲା ଏବଂ ସେଠାରେ ରଖାଯାଇଥିବା ଶ୍ରୀ ଗୁରୁଗ୍ରନ୍ଥ ସାହେବ ଜୀଙ୍କ ପ୍ରକାଶକୁ ଗୁରୁଦ୍ବାରା ଡେରେ ବାବା ନାନକ ସାହେବକୁ ପଠାଇ ଦେଇଥିଲେ। ପୋଲିସ୍ ଧର୍ମ ସିଂହ ନାମକ ଭଣ୍ଡବାବା ଏବଂ ତା’ର ସହଯୋଗୀଙ୍କୁ ଗିରଫ କରି ମାମଲାର ତଦନ୍ତ ଆରମ୍ଭ କରିଦେଇଛି।
ଯେତେବେଳେ ଏହି ଭଣ୍ଡବାବାକୁ ଗିରଫ କରାଯାଇଥିଲା ସେତେବେଳେ ସେ କ୍ଷମା ମାଗୁଥିବା ଦେଖାଯାଇଥିଲା।