Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଅନ୍ଧ ବିଶ୍ବାସରେ ଜର୍ଜରିତ ଲୋକେ : ସାଢେ ୫ ବର୍ଷରେ ରାଜ୍ୟରେ ଡାହାଣୀ ସନ୍ଦେହ ନେଇଛି ୨୪୧ ଜୀବନ

28/10/2021 at 8:04 PM

ଭୁବନେଶ୍ବର ୨୮/୧୦ : ଡରାଉଛି ଡାହାଣୀ । ଏବେବି ଛାନିଆ କରୁଛି । ସନ୍ଦେହ ହେଉଛି ସାଂଘାତିକ । ସାଢେ ୫ ବର୍ଷରେ ଡାହାଣୀ ସନ୍ଦେହ ନେଇଛି ୨୪୧ ଜୀବନ । ବିଜ୍ଞାନ ଯୁଗରେ ବି ଅନ୍ଧ ବିଶ୍ବାସର ରାଜୁତି । ଓଡିଶାରେ ଏହା ସବୁଠୁ ବେଶି ଭୟଙ୍କର । ସଚେତନତା ଅଭାବରୁ ଯାଉଛି ନିରୀହ ଲୋକଙ୍କ ଜୀବନ । ଅନ୍ଧବିଶ୍ବାସ ବୋଲି ବୁଝୁଛନ୍ତି ଜାଣୁଛନ୍ତି ସମସ୍ତେ । ତଥାପି ଲାଗୁନି ରୋକ୍‌ । ସରକାରୀ ପଦକ୍ଷେପ ବି ହେଉନି  ଠୋସ୍‌ ।

ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ ଏବଂ ଗଞ୍ଜାମ ସବୁଠି କଣ ସତରେ ଡାହାଣୀ ମାତିଛି ?   ଡାହାଣୀଠୁ ବେଶି ଭୟଙ୍କର ଡାହାଣୀର ସନ୍ଦେହ ।  ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ସମସ୍ତଙ୍କୁ ସଜାଗ ଦାୟିତ୍ବ । କିନ୍ତୁ ଡାହାଣୀ ସନ୍ଦେହ ମରୁନି, ମାରୁଛି । ଝାଡଖଣ୍ଡ ପରେ ଓଡିଶା ଦ୍ବିତୀୟ ରାଜ୍ୟ ଯେଉଁଠାରେ କି ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ସର୍ବାଧିକ ।

୨୦୦୮ ରୁ ୨୦୧୩ ମଧ୍ୟରେ ଡାହାଣୀ ସନ୍ଦେହରେ ରାଜ୍ୟରେ ଗଡିଛି ୧୭୭ଟି ମୁଣ୍ଡ । ୨୦୧୬ ରୁ ୨୦୨୦ ଭିତରେ ୨୨୫ରୁ ଅଧି୍କ ଜୀବନ ନେଇଛି ଡାହାଣୀର ଛାଇ । ଏଇ ବର୍ଷ ଆଜି ସୁଦ୍ଧା ୧୮ ଜଣଙ୍କ ଜୀବନ ଗଲାଣି । ସାମାଜିକ ତଥା ଆର୍ଥିକ ବିକାଶ କମ  ପଛୁଆ ଅଞ୍ଚଳରେ ସ୍ଥିତି ସାଂଘାତିକ । ରକ୍ତ ହୀନତା ଏବଂ ଅପପୁଷ୍ଟିର ଶିକାର କିମ୍ବା ଭୂତାଣୁ ଜନୀତ ରୋଗ  ବଢାଉଛି ଡାହାଣୀର ସନ୍ଦେହ । ଚିକତ୍ସା ଅବହେଳା ବଡ କାରଣ । ସବୁ ଜାଣି ବି ଅନ୍ଧ ବିଶ୍ବାସର ଶିକାର ହୋଇଥିବା ଦୋଷୀଙ୍କୁ ଧରିବାକୁ ଭୟ ।

କିଛି ଦିନ ତଳେ କୋରାପୁଟ ଜିଲ୍ଲା କାର୍କାଇଟିକି ଗାଁରେ, ଗୁଣି ଗାରେଡୀ ସନ୍ଦେହରେ, ଜଣେ ଆଦିବାସୀ ଯୁବକଙ୍କୁ ବିଷ୍ଟା ଏବଂ ପରିଶ୍ରା ପିଆଇଥିଲେ ଗାଁ ଲୋକେ । ୨୦୧୬ ମସିହା​‌ରେ ଗୁଣୁପୁର କିତୁଙ୍ଗ୍‌ ଗାଁରେ ଗୁଣି ଗାରେଡୀ ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ପିଟିପିଟି ମାରିଦେଇଥିଲେ ଗାଁ ଲୋକେ । କେନ୍ଦୁଝର ଶିରିଗିଡା ଗାଁରେ ଗୁଣି ଗାରେଡୀକୁ କେନ୍ଦ୍ର କରି ମା’ ଝିଅଙ୍କୁ ବିଭତ୍ସ ହତ୍ୟା ଥିଲା ଆହୁରି ଭୟଙ୍କର ।

ଡାହାଣୀର ଛାଇ ମୁଣ୍ଡ ଗୋଟାଇବାର ତାଲିକା ଲମ୍ବା । ବରିପଦା ସଦର ଥାନା କୁକୁଡାଯୋଡି ଗାଁରେ ଡାହାଣୀ ସନ୍ଦେହରେ ଦମ୍ପତ୍ତିଙ୍କୁ ନିର୍ମମ ହତ୍ୟା ସାରା ରାଜ୍ୟରେ ଚହଳ ପକାଇଥିଲା । ମୟୁରଭଞ୍ଜର ଧାନଶୋଳ ଗାଁରେ ଡାହାଣୀ ସନ୍ଦେହରେ ଜଣେ ମହିଳା ହୋଇଥିଲେ ହତ୍ୟାର ଶିକାର ।

ସଚେତନନା , ଭିତ୍ତି ଭୂମିରେ ତୃଟି ଏବଂ ବ୍ୟବସ୍ଥାରେ ଅବଜ୍ଞା ଭାବ ହିଁ ଡାହାଣୀ ସନ୍ଦେହ ଜନୀତ ମୃତ୍ୟୁର ବଡ କାରଣ । ତା ପଛକୁ ଗୁଣି ଗାରେଡୀ ଅନ୍ଧ ବିଶ୍ବାସର ଆଉ ଏକ ସାଂଘାତିକ ପାର୍ଶ୍ବ । ଏହାର ନିରାକରଣ ପାଇଁ ଉତ୍ତର ଦାୟିତ୍ବର ପାଳନ ସହ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଆନ୍ତରୀକତା ସବୁଠୁ ଶକ୍ତିଶାଳୀ ଉପାୟ ହେବ ।

   Related Posts