Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ସାପ କାମୁଡିବା ପରେ ମନ୍ଦିରରେ ପଡିଛନ୍ତି ଅଧିଆ, ଆମ୍ବୁଲାନ୍ସକୁ ଫେରାଇ ଦେଲେ ପରିବାର ଲୋକ

3/10/2019 at 2:38 PM

ଯାଜପୁର ୩।୧୦: ବିଷଧର ସାପ କାମୁଡିଥିବା ଜଣେ ରୋଗୀଙ୍କୁ ଡାକ୍ତରଖାନା ନନେଇ ମନ୍ଦିରରେ ଅଧିଆ ପଡିଛନ୍ତି । ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆସିଥିବା ଆମ୍ବୁଲାନ୍ସକୁ ପରିବାର ଲୋକେ ଫେରେଇ ଦେଇଛନ୍ତି । ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅନ୍ତର୍ଗତ ଅସନଝର ଗ୍ରାମରେ ଏହିଭଳି ଏକ ଅନ୍ଧ ବିଶ୍ବାସ ଘଟଣା ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ଯେ, ଗାଁର ୪୫ବର୍ଷ ବୟସ୍କ ରମାକାନ୍ତ ନାୟକ ଆଜି ବିଲକୁ ସାର ପକାଇବାକୁ ଯାଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ସାପ କାମୁଡିଥିବା ଜାଣିପାରି ସେ ସଂଗେ ସଂଗେ ବିଲରୁ  ଘରକୁ ଆସୁଥିବା ବେଳେ କିଛି ବାଟରେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ । ଗ୍ରାମବାସୀ ଏହା ଦେଖି ତାଙ୍କୁ ସେଠାରୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ।  କିଛି ସମୟ ପରେ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚିଲା । କିନ୍ତୁ ପରିବାର ଲୋକେ ତାଙ୍କୁ ଗ୍ରାମରେ ଥିବା ଆଖଣ୍ଡଳମଣି ମନ୍ଦିରକୁ ନେଇଯାଇଥିଲେ  ।  ପରେ ଆମ୍ବୁଲାନ୍ସକୁ ସେମାନେ ଫେରାଇ ଦେଇଥିଲେ ।  ଗ୍ରାମର କିଛି ବ୍ୟକ୍ତି ଆମ୍ବୁଲାନ୍ସରେ ରୋଗୀକୁ ନେବା ପାଇଁ ପରିବାର ଲୋକଙ୍କୁ କହିଥିଲେ ମଧ୍ୟ ସେ ଏ କଥାକୁ ଶୁଣି ନଥିଲେ । ତା’ପରେ ମନ୍ଦିରରେ ଭଜନ କିର୍ତ୍ତନ ଚାଲିଥିବା ବେଳେ ସାପ କାମୁଡା ରୋଗୀଟି ଏବେବି ଅଧିଆ ପଡିରହିଛି ।

   Related Posts