ଆପଣଙ୍କ ପରିସ୍ରାରେ ରକ୍ତ ପଡ଼ୁଛି କି ? ତେବେ ହୋଇଥାଇପାରେ ଏହି ୬ଟି ରୋଗ, କରନ୍ତୁ ନାହିଁ ନଜରଅନ୍ଦାଜ

Published By : Prameya-News7 Bureau | August 22, 2019 IST

ଆମ ଶରୀରରେ ସବୁବେ​ଳେ ବିଷାକ୍ତ ତତ୍ତ୍ବ ସୃଷ୍ଟି ହୋଇଥାଏ ଯାହା ପରିସ୍ରା ଜରିଆରେ ବାହାରେକୁ ନିଷ୍କାସିତ ହୋଇଥାଏ। ପରିସ୍ରା ଜରିଆରେ ଏହିଭଳି ବିଷାକ୍ତ ତତ୍ତ୍ବ ବାହାରିଯିବାକୁ ଡିଟକ୍ସ କୁହାଯାଇଥାଏ। ସାଧାରଣ ପରିସ୍ରାର ରଙ୍ଗ ହାଲୁକା ହଳଦିଆ ହୋଇଥାଏ,କିନ୍ତୁ ଅନେକ ଥର ଗାଢ଼ ହଳଦିଆ ,ଲାଲ କିମ୍ବା କଳା ମଧ୍ୟ ହୋଇଥାଏ। ଲୋକେ ଏହାର ରଙ୍ଗକୁ ସାଧାରଣ ଭାବି ନଜରଅନ୍ଦାଜ କରି ଦିଅନ୍ତି ଯାହା ପୂରାପୂରି ଭୁଲ ହୋଇଥାଏ। ଆସନ୍ତୁ ଜାଣିବା ପରିସ୍ରାରେ କାହିଁକି ରକ୍ତ ପଡ଼ିଥାଏ।

୧. ୟୁରିନାରି ଟେକ୍ଟ ଇନଫେକ୍ସନ : ଏହା ମହିଳା ଏବଂ ପୁରୁଷଙ୍କଠାରେ ଦେଖାଯାଉଥିବା ଏକ ସାଧାରଣ ସମସ୍ୟା ଅଟେ। ଏହା ସଂକ୍ରମଣ ଯୋଗୁଁ ପରିସ୍ରା କରିବା ସମୟରେ ରକ୍ତ ପଡ଼ିଥାଏ ଏବଂ ଏହା ସହିତ ଜ୍ବଳନ ମଧ୍ୟ ହୋଇଥାଏ। ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ।

୨. କିଡନି ଷ୍ଟୋନ୍ : ଯଦି ଆପଣଙ୍କୁ କିଡନି ଷ୍ଟୋନ୍ ହୋଇଛି ତେବେ ଏହି ସମୟରେ ମଧ୍ୟ ପରିସ୍ରା କରିବା ସମୟରେ ଯନ୍ତ୍ରଣା ଏବଂ ରକ୍ତ ପଡ଼ିପାରେ।

୩. ଗୁଲୋମେରୁଲୋନେଫରିଟିସ୍ : ଏହି ରୋଗ କମ୍ ବୟସରେ ଛୋଟ ପିଲାଙ୍କଠାରେ ଦେଖାଯାଇଥାଏ। ଅନେକ ଥର ବଡ଼ମାନଙ୍କଠାରେ ମଧ୍ୟ ଏହି ରୋଗ ଦେଖାଯାଇଥାଏ ଯାହା ଫଳରେ ଆପଣଙ୍କୁ ପରିସ୍ରା କରିବା ସମୟରେ ଅତ୍ୟନ୍ତ ଯନ୍ତ୍ରଣା ହୋଇଥାଏ ଏବଂ ରକ୍ତ ପଡ଼ିଥାଏ।

୪. ବ୍ଲାଡର କ୍ୟାନସର : ପ୍ରୋଷ୍ଟେଟ କିମ୍ବା ବ୍ଲେଡର କ୍ୟାନସର ହେଲେ ପରିସ୍ରା କରିବାବେଳେ ରକ୍ତ ପଡ଼ିଥାଏ।

୫. ପ୍ରୋଷ୍ଟେଟ୍ ଗ୍ଲାଣ୍ଡ ବଢ଼ିବା : ଯଦି ଆପଣଙ୍କ ପ୍ରୋଷ୍ଟେଟ ଗ୍ଲାଣ୍ଡ ବଢ଼ିଯାଇଛି ତେବେ ଆପଣ ପରିସ୍ରା କରିବାବେ​‌ଳେ ଯନ୍ତ୍ରଣା ଅନୁଭୂତ ହେବ ଏବଂ ପରିସ୍ରାରେ ରକ୍ତ ପଡ଼ିବ।

୬. ସିଷ୍ଟିକ୍ ଗ୍ରୋଥ : ମହିଳାଙ୍କଠାରେ ସିଷ୍ଟ ବଢ଼ିବା ଏକ ସାଧାରଣ ସମସ୍ୟା। ଏଥିପାଇଁ ମଧ୍ୟ ଆପଣଙ୍କ ପରିସ୍ରାରେ ରକ୍ତ ପଡ଼ିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.