ବିଏମସି ରୁ ବ୍ଲିଚିଙ୍ଗ୍ ଗାୟବ ହେ।ଇଯାଇଛି, ୫ମାସ ହେଲା ୬୭ ଟି ୱ।ର୍ଡ଼ର କୌଣସି ସ୍ଥାନରେ ଅଳିଆ ଉଠିବା ପରେ ପକାଯାଉନି ବ୍ଲିଚିଙ୍ଗ

Published By : Prameya-News7 Bureau | July 09, 2019 IST

ଭୁବନେଶ୍ବର୯|୭: ବିଏମସି ରୁ ବ୍ଲିଚିଙ୍ଗ୍ ଗାୟବ ହେ।ଇଯାଇଛି । ସହରର ୬୭ ଟି ୱ।ର୍ଡ଼ର କୌଣସି ସ୍ଥାନରେ ଅଳିଆ ଉଠିବା ପରେ ପକାଯାଉନି ବ୍ଲିଚିଙ୍ଗ । ୫ ମାସ ହେଲା ଏମିତି ଚାଲିଛି । ହେଲେ କାହା ନଜରକୁ ଆସୁନି କି କେହି ପଚାରୁ ନାହାନ୍ତି । ବିଏମସିରେ ଏବେ କର୍ପେ।ରେଟର ଏବଂ ମେୟର ନଥିବା ବେଳେ ଅଫିସର ମାନେ ଭୁବନେଶ୍ବର ଚଳାଇବାର ଦାୟିତ୍ବ ନେଇଛନ୍ତି । କିନ୍ତୁ ସେତିକି ବି ଠିକ୍ ରେ ହେଉନାହିଁ । ବିଧାୟକ କହୁଛନ୍ତି ଖୁବ୍ ଶୀଘ୍ର ସବୁ ଠିକ୍ ହେବ ।

ବ୍ଲିଚିଙ୍ଗ୍ ମିଳୁନି ବିଏମସିରେ । ୫ ମାସ ହେଲାଣି ଦିଆଯାଉନି ସାନିଟାରି ଅଫିସର ମାନଙ୍କୁ ବ୍ଲିଚିଙ୍ଗ୍ । ନିୟମ ଅନୁଯାୟୀ ଯେଉଁଠୁ ଅଳିଆ ଉଠୁଛି ସେଇଠି ବ୍ଲିଚିଙ୍ଗ ପଡ଼ିବା କଥା କିନ୍ତୁ ପଡ଼ୁନାହିଁ । ପ୍ରଥମ କଥା ବିଏମସି ପାଖରେ ତ ନାହିଁ ଦେବ କଣ ? ଦ୍ବିତିୟରେ ଯଦି ନାହିଁ ବ୍ଲିଚିଙ୍ଗ ଅଣାଯାଉ ନାହିଁ କାହିଁକି ? ତୃତୀୟରେ ଚଳିତ ବର୍ଷ ମାର୍ଚ ମାସରୁ ଟେଂଡ଼ର ସରିଥିଲେ ବି ଆଉ ଏଯାଏ କାହିଁକି ଟେଂଡ଼ର ଡ଼କାଯାଉନି? ଲାଗୁଛି ବିଏମସି ବେଫିକର ହେ।ଇ ଯାଇଛି ।

୨୦୧୮ ମାର୍ଚ ରେ ଡ଼କାଯାଇଥିବା ଟେଂଡ଼ର ମିଳିଥିଲା​ କଟକର ଗାନ୍ଧୀ ଏଜେନ୍ସିକୁ । ସେତେବେଳେ ୬ ହଜାର ୪ ଶହ ବସ୍ତା ଆଣି ବିଏମସିକୁ ଯେ।ଗାଇଥିଲା ଏହି ସଂସ୍ଥା । ପୂରା ଭୁବନେଶ୍ବରରେ ୬୭ ଟି ୱ।ର୍ଡ଼ ରେ ବାଣ୍ଟିବା ଲାଗି ଏହା ଆସିଥିଲା । ମାର୍ଚ ମାସରୁ ସରିଗଲାଣି ଟେଂଡ଼ରର ଅବଧୀ ସଲା ତାସହିତ ସରିଯାଇଛି ବ୍ଲିଚିଙ୍ଗ୍ । ତଥାପି ବିଏମସି ଟେଂଡ଼ର ଡ଼ାକୁ ନାହିଁ କାହିଁକି ? ବ୍ଲିଚିଙ୍ଗ ବାବଦରେ ଉତ୍ତର ବିଧାୟକଙ୍କୁ ପଚାରି ବାରୁ ସେ କହୁଛନ୍ତି ଖୁବ୍ ଶୀଘ୍ର ସବୁ ବନ୍ଦେ।ବସ୍ତ ହେବ ।

ବିଧାୟକ କଥା ଗେ।ଳେଇଲେ ବି ବିଏମସି କର୍ମଚାରୀ କିନ୍ତୁ ବ୍ଲିଚିଙ୍ଗ ଦିଆଯାଉନଥିବା ସତ କଥା କହିଛନ୍ତି । ଏ ଦୃଶ୍ୟ ହେଉଛି ଜାଭିଅର ଛକର । ସାଲିଆ ସାହି ଅଧା ଅଳିଆ ସବୁ ଏଇଠି ପଡ଼େ । ପ୍ରଥମେ ତ ଏଠି ଗାରବେଜ୍ କଣ୍ଟେନର ନାହିଁ ଦିତିୟରେ ବ୍ଲିଚିଙ୍ଗ୍ ବି ଦିଆଯାଉନି । ଦୁର୍ଗନ୍ଧରେ ଏରିଆ ଫ।ଟି ପଡ଼ୁଛି । ବିଏମସି କର୍ମଚ।ରୀଙ୍କୁ ଗ୍ଲେ।ବ୍ସ, ଛତା, ଯେ।ତା ବି କିଛି ଦିଆଯାଉ ନଥିବା ସେମାନେ ଅଭିଯେ।ଗ କରୁଛନ୍ତି । ଏହି ଏରିଆକୁ ୫ ଟି ଅଳିଆ ଗାଡ଼ି ଆସିବା କଥା କିନ୍ତୁ ଆସୁଛି ମାତ୍ର ଏହି ଗେ।ଟିଏ ଟ୍ରାକ୍ଟର ।

ବିଏମସି କୁ ବାଦ ଦେଲେ ଗାରବେଜ୍ କ୍ଲିନିଙ୍ଗ, ଲିଫ୍ଟିଙ୍ଗ ଏବଂ ଡ଼ମ୍ପିଙ୍ଗ ର ବି ଦାୟିତ୍ବ ନେଇଛନ୍ତି ଜାଗୃତି, ପିଏମଆର ଏବଂ ରାମକି ଭଳି ପ୍ରାଇଭେଟ୍ କମ୍ପାନୀ ମାନେ । କିନ୍ତୁ କେହି ବି ନିୟମ କାନୁନ୍ କୁ ମାନୁ ନାହାନ୍ତି । ଏପରିକି ମୌଳିକ ଦାୟିତ୍ବ ତୁଲାଇବାକୁ ବି ଭୁଲି ଯାଇଛନ୍ତି ।

କବାଟ କିଳା ମିଟିଙ୍ଗ୍, ସିଟିଙ୍ଗ୍ ଏବଂ ଇଟିଙ୍ଗ୍ ବାରମ୍ବାର କରୁଛି ବିଏମସି । କିନ୍ତୁ ଏହା ଭିତରେ ସାନିଟାରୀ ବିଭାଗକୁ ସମ୍ପୂଁର୍ଣ ଆଖି ବୁଜି ଦେଇଛି ।ବ୍ଲିଚିଙ୍ଗ୍ ସରିଗଲାଣି କିନ୍ତୁ କାହା ମୁଂଡ଼ ବିନ୍ଧୁନାହିଁ । ଏହାର କାରଣ କଣ ହେ।ଇଥାଇ ପାରେ?

{"id":132069}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.