Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ଟେନିସ୍ ତାରକା ମନିକା ବାତ୍ରାଙ୍କ ଦମଦାର ବିଜୟ, ପରବର୍ତ୍ତୀ ରାଉଣ୍ଡରେ କଲେ ପ୍ରବେଶ

25/07/2021 at 5:17 PM

ଟୋକିଓ ୨୫/୭: ଭାରତୀୟ ଟେବୁଲ ଟେନିସ୍‌ ଷ୍ଟାର ମନିକା ବାତ୍ରା ଟୋକିଓ ଅଲିମ୍ପିକ୍‌ରେ ଭାରତର ଆଶାକୁ ବଜାୟ ରଖିଛନ୍ତି। ମନିକା ମହିଳା ସିଙ୍ଗଲ୍ସରେ ୟୁକ୍ରେନର ମାରଗ୍ରେଟ୍‌ ପୋସୋତ୍ସକାଙ୍କ ବିପକ୍ଷରେ ଚାଲିଥିବା ରୋମାଞ୍ଚକ ମୁକାବିଲାରେ ୪-୩ରେ ବିଜୟୀ ହୋଇଛନ୍ତି। ମନିକା ପ୍ରଥମ ଦୁଇଟି ଗେମ୍‌ରେ ପଛରେ ରହିଥିବା ବେଳେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଜିତ ହାସଲ କରିଛନ୍ତି।

ଏହି ବିଜୟ ସହ ବାତ୍ରା ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଆଗାମୀ ପର୍ଯ୍ୟାୟକୁ ଯାଇଛନ୍ତି। ଗୋଟିଏ ସମୟରେ ଲାଗିଥିଲା ମହିଳା ବର୍ଗର ଦମଦାର ଟେବୁଲ ଟେନିସ୍‌ ପ୍ଲେୟର ମନିକା ପରାଜୟ ସ୍ବୀକାର କରି​‌ବେ କିନ୍ତୁ ଏମିତି ହୋଇନାହିଁ। ସେ ପ୍ରଥମ ଗେମ୍‌ରେ ୪-୧୧ରେ ପଛରେ ରହିଯାଇଥଲେ। ଦ୍ବିତୀୟ ଗେମ୍‌ରେ ମନିକା ମାରଗ୍ରେଟ୍‌ ଚାଲ୍‌ରେ ଫସିଯାଇଥିଲେ। ମାରଗ୍ରେଟ୍‌ ଏହି ଗେମ୍‌କୁ ୪-୧୧ରେ ଜିତିନେଇଥିଲେ। ତୃତୀୟ ଗେମ୍‌ରେ ମନିକା ମଧ୍ୟରେ ପଛରେ ଥିଲେ।  କିନ୍ତୁ ପରେ ସେ ଏହାକୁ ୬-୬ରେ ବରାବର କରିଥିଲେ। ତାପରେ ଲଗାତାର ଆଗୁଆ ହୋଇ ଏହି ଗେମ୍‌କୁ ନିଜ ନାଁରେ କରିଥିଲେ।

ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିବା ସହ ୧୧-୪ରେ ବିଜୟୀ ହୋଇଥିଲେ। ଚତୁର୍ଥ ଗେମ୍‌ରେ ରୋମାଞ୍ଚ ଦେଖିବାକୁ ମିଳିଥିଲା। ଏହି ଗେମ୍‌ରେ ୬-୪ରେ ପଛୁଆ ରହିଥିଲେ ମନିକା। ପରେ ୧୦-୧୦ରେ ମୁକାବିଲା ବରାବର କରିଥିଲେ। ଏହା ପରେ ଦୁଇ ପଏଣ୍ଟ ଅଧିକ ନେଇ ୧୨-୧୦ରେ ଗେମ୍‌ ଜିତିନେଇଥିଲେ।

ପଞ୍ଚମ ଗେମ୍‌କୁ ମଧ୍ୟ ମନିକା ୧୧-୮ରେ କବଜା କରିଥିଲେ। ସେହିଭଳି ଷଷ୍ଠ ଗେମ୍‌ରେ ମନିକା ୨-୫ରେ ପଛରେ ଚାଲିଥିଲେ। ଏହା ପରେ ପୁଣି ଆକ୍ରମକ ହୋଇ ଖେଳିବା ସହ ଏହାକୁ ୧୧-୫ରେ ନିଜ ନାଁ କରିନେଲେ ମନିକା ବାତ୍ରା। ସପ୍ତମ ତଥା ନିର୍ଣ୍ଣାୟକ ଗେମ୍‌ରେ ମାରଗ୍ରେଟ୍‌କୁ ୧୧-୭ରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି ମନିକା ବାତ୍ରା ।

   Related Posts