ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ : ୨ମୃତ, ୩ ଗୁରୁତର

Published By : Prameya-News7 Bureau | November 04, 2021 IST

କେନ୍ଦ୍ରାପଡା ୦୪/୧୧ : କେନ୍ଦ୍ରାପଡା ଜିଲ୍ଲା ଜୁଇଦାସପୁର ଗାଁରେ ଅଭାବନୀୟ ଘଟଣା । ଅସାବଧାନତା ଯୋଗୁଁ ବାଣ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି ବାଣ କାରିଗର କୃଷ୍ଣଚନ୍ଦ୍ର ନାୟକ । ବାଣ ତିଆରି କରୁଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା । ଫଳରେ ଘର ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ସେଥିରେ ପୋଡୗ ହୋଇ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିଭଳି ଢେଙ୍କାନାଳ ଜିଲ୍ଲା ବାରଦା ଗାଁରେ ବାଣ ଫୁଟାଉଥିବା ବେଳେ ଅଘଟଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ମହେଶ୍ବର ମହାରଣା । ୨ ଗୁରୁତର ବୀରେନ ନାୟକ ଏବଂ ପ୍ରସନ୍ନ ବ୍ରହ୍ମଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.