Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପଶ୍ଚିମବଙ୍ଗ ବୀରଭୂମି ମେଘଦୂତ କ୍ଲବରେ ଭୟଙ୍କର ବିସ୍ଫୋରଣ

30/06/2019 at 5:21 PM

ବୀରଭୂମି ୩୦/୬ : ପଶ୍ଚିମବଙ୍ଗ ବୀରଭୂମିରେ ଶନିବାର ରାତିରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପୁରା ଅଂଚଳକୁ ଦୋହଲାଇ ଦେଇଥିଲା । ବୀରଭୂମି ଅନ୍ତର୍ଗତ ମଲ୍ଲରପୁର ରେଳ ଷ୍ଟେସନ ନିକଟରେ ଥିବା ମେଘଦୂତ କ୍ଲବରେ ବିସ୍ଫୋରଣ ହୋଇଥିଲା । ବୋସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖ ଅଂଚଳର ଘର କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା ।

ରିପୋର୍ଟ ଅନୁଯାୟୀ, ମଲ୍ଲରପୁର ସ୍ଥିତ ମେଘଦୂତ କ୍ଲବରେ ଶନିବାର ରାତି ପାଖାପାଖି ଗୋଟାଏ ବେଳେ ବିସ୍ଫୋରଣ ହୋଇଥିଲା । କ୍ଲବରେ ଲାଗିଥିବା ୩ଟି ଲୁହା ଫାଟକ ବିସ୍ଫୋରଣରେ ସମ୍ପୂର୍ଣ ଭାଙ୍ଗି ଯାଇଥିଲା । କ୍ଳବର ଗୋଟିଏ ପାଖ ଭାଙ୍ଗି ଯାଇଛି । ବିସ୍ଫୋରଣରେ କୌଣସି ମୃତାହତ ସୂଚନା ମିଳିନାହିଁ ।

ବିସ୍ଫୋରଣ ପରେ ପ୍ରଶ୍ନ ଉଠିଛି କ୍ଲବରେ ଏତେ ମାତ୍ରରେ ବିସ୍ଫୋରକ କିଏ ଏବଂ କାହିଁକି ରଖିଥିଲା । ପୋଲିସ ଏ ସମ୍ପର୍କରେ ତଦନ୍ତ କରୁଛି । ପ୍ରଶାସନ ଘଟଣାସ୍ଥଳରେ ପହଂଚି କ୍ଷତିଗ୍ରସ୍ତ ସାମଗ୍ରୀ ଉଠାଇଛି ।

ତେବେ ପଶ୍ଚିମବଙ୍ଗରେ ବିସ୍ଫୋରଣ ହେବ କିମ୍ବା ହିଂସା ହେବ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ସେଠାରେ ଅନେକ ଧମକ ହୋଇଛି । ଅନେକ ଲୋକଙ୍କ ଘରୁ ବହୁ ମାତ୍ରରେ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

   Related Posts