Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ସ୍କୁଲରେ ଭୟଙ୍କର ବୋମା ବିସ୍ଫୋରଣ : ଛାତ୍ରଛାତ୍ରୀଙ୍କ ସମେତ ୨୫ ଜଣଙ୍କ ମୃତ୍ୟୁ, ଆତଙ୍କୀ ଆକ୍ରମଣରେ ୫୨ ଗୁରୁତର

8/05/2021 at 9:58 PM

ନୂଆଦିଲ୍ଲୀ ୦୮/୦୫ : କ୍ଳାସ୍‌ରେ ଚାଲିଥିଲା ପାଠପଢା । ହଠାତ୍‌ ଭୟଙ୍କର ବିସ୍ଫୋରଣରେ ଥରିଉଠିଲା ସାରା ଅଞ୍ଚଳ ଆଉ ନିମିସକେ ଛାରଖାର ହୋଇଗଲା ସ୍କୁଲ । ଆଫଗାନିସ୍ତାନ ରାଜଧାନୀ କାବୁଲରେ ବଡ ଧରଣର ବିସ୍ଫୋରଣ ଘଟିଛି । ଭୟଙ୍କର ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ଥିବା ଜଣାପଡିଛି । ଆଫିଗାନିସ୍ତାନ ସରକାରଙ୍କ ପ୍ରବକ୍ତା ଏ ନେଇ ସୂଚନା ଦେଇଛନ୍ତି ।

ଘଟଣାରେ କେଉଁମାନେ ସଂପୃକ୍ତ ​‌ସେ ନେଇ କୌଣସି ସୂଚନା ମିଳିନଥିବା ବେଳ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ଆତଙ୍କବାଦୀମାନେ ଏଭଳି ବିସ୍ଫୋରଣ ଘଟାଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ କୌଣସି ଆତଙ୍କୀ ସଂଗଠନ ଏ ନେଇ ନିଜ ସଂଗଠନକୁ ଦାୟୀ କରିନାହାନ୍ତି ।

ଆଫଗାନିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । କାରଣ ବିସ୍ଫୋରଣ ଏ​‌ତେ ଭୟଙ୍କର ଥିଲା ଯେ ହଠାତ୍‌ ସମସ୍ତଙ୍କୁ ବାହାରକୁ ବାହାରିବା ସମ୍ଭବପର ହୋଇନଥିଲା । ବିସ୍ଫୋରଣରେ ସ୍କୁଲର ଛାତ ଭୁଶୁଡିପଡିବାରୁ ଛାତ ତଳେ ଚାପି ହୋଇ ଅନେକ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଛି ।

ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଥିଲା । ଘଟଣାରେ କେଉଁ ସଂଗଠନ ସଂପୃକ୍ତ ଅଛି ଏବଂ ନିରୀହ ଛାତ୍ରଛାତ୍ରୀଙ୍କୁ ହତ୍ୟା କରିବା ପଛରେ କଣ କାରଣ ରହିଛି ସେ ନେଇ ତଦନ୍ତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts