କାବୁଲରେ ବଡ ଧରଣର ବିସ୍ଫୋରଣ; ଅଧା ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା ଫାଇରିଙ୍ଗ

Published By : Prameya-News7 Bureau | April 20, 2019 IST

କାବୁଲ ୨୦/୪ : ଆଫଗାନିସ୍ଥାନ ରାଜଧାନୀ କାବୁଲରେ ଅଜୀଏକ ବଡ ଧରଣର ବିସ୍ଫୋରଣ ହୋଇଛି | ବିସ୍ଫୋରଣ ସେଣ୍ଟ୍ରାଲ କାବୁଲରେ ହୋଇଛି | ଏହି ବିସ୍ଫୋରଣ ଆତଙ୍କବାଦୀ କରିଛନ୍ତି | ଅତିରିକ୍ତ ମନ୍ତ୍ରାଳୟର ପ୍ରବକ୍ତା ନଶରତ ରହିମିଙ୍କ ସୂଚନା ଅନୁଯାୟୀ, ବିସ୍ଫୋରଣ ପରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଲୁ ବିନିମୟ ଜାରି ରହିଛି | ଟେଲି କମ୍ୟୁନିକେସନ ମନ୍ତ୍ରାଳୟ ବାହାରେ ଗୁଳି ବିନିମୟ ଜାରି ରହିଛି | ଏବେ ପର୍ଯ୍ୟନ୍ତ କୌଣସି ମୃତାହତଙ୍କ ସୂଚନା ମିଳିନାହିଁ | ଆଫଗାନିସ୍ଥାନର ପୂର୍ବାଂଚଳ ତାଲିବାନ ଏବଂ ଆଇଏସଆଇଏସ ସଂଗଠନ ସକ୍ରିୟ ଅଛନ୍ତି |

{"id":105249,"width":576,"height":432}


ଆଇଏସଆଇଏସ ଏବଂ ତାଲିବାନ ତରଫରୁ କାବୁଲରେ ପୂର୍ବରୁ ହୋଇଥିବା ବିସ୍ଫୋରଣ ଏବଂ ଗୁଳି ଚାଳନା ନିଜ ତରଫରୁ ହୋଇଥିବା ସ୍ପଷ୍ଟ କରିଥିଲା | କିନ୍ତୁ ଆଜି ବିସ୍ଫୋରଣ କିଏ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ବିସ୍ଫୋରଣ ପାଇଁ କିଏ ଦାୟୀ ତାହା ଏପର୍ଯ୍ୟନ୍ତ କନପଡ଼ିନାହିଁ |

{"id":105250,"width":563,"height":316}


ରହିମି କହିଛନ୍ତି ଯେ, ପାଖାପାଖି ୧୧.୪୦ ମିନିଟରେ ଟେଲି କମ୍ୟୁନିକେସନ ମନ୍ତ୍ରାଳୟ ନିକଟରେ ଏକ ବଡ ଧାରଣା ବିସ୍ଫୋରଣ ଶବ୍ଦ ସୁଭିଥିଲା | ବିସ୍ଫୋରଣ ପରେ ସେଠାରେ ଗୁଳି ଚାଳନା ହୋଇଥିଲା | ବିସ୍ଫୋରଣର ଅଧା ଘଣ୍ଟା ପର୍ଯ୍ୟନ୍ତ ଫାଇରିଙ୍ଗ ଚାଲିଥିଲା | ସୁରକ୍ଷାକର୍ମୀ ପୁରା ଅଂଚଳକୁ ଘେରି ରହିଛନ୍ତି | କମ୍ୟୁନିକେସନ ମନ୍ତ୍ରାଳୟ କାବୁଲର ୨ୟ ପୋଲିସ ଜିଲ୍ଲା | ଏହି ଅଂଚଳର ସହରର ସବୁଠାରୁ ବ୍ୟସ୍ତବହୁଳ ସ୍ଥାନ | ଗ୍ରୀନ ଜୋନ ଠାରୁ ପାଖାପାଖି ୨ କି:ମି: ଦୂରରେ ବିସ୍ଫୋରଣ ହୋଇଥିଲା | ସେଠାରେ ସହରର ପ୍ରସିଦ୍ଧ ସେରେନା ହୋଟେଲ ରହିଛି | ସେରେନା ହୋଟେଲ ବିଦେଶୀ ପର୍ଯ୍ୟଟକଙ୍କ ପସନ୍ଦ ଜାଗା | ଏହା କାବୁଲର ସବୁଠାରୁ ଅଧିକ ବ୍ୟବସାୟିକ ଅଂଚଳ ଭାବେ ଜଣାଶୁଣା |

{"id":105251}


ସୂଚନାଯୋଗ୍ୟ ଯେ, ଗତ କିଛି ଦିନ କାବୁଲ ଶାନ୍ତ ଥିଲା | କିନ୍ତୁ ଏହି ବିସ୍ଫୋରଣ ପରେ ପୁଣି ଅଶାନ୍ତ ହୋଇପଡିଛି କାବୁଲ | ଆମେରିକା ଏବଂ ତାଲିବାନ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବିଫଳ ହେବାପରେ ବିସ୍ଫୋରଣ ହୋଇଛି | ଆମେରିକା ତାଲିବାନ ସହ ଆଲୋଚନାରେ ଆଫଗାନିସ୍ତାନରେ ୧୭ ବର୍ଷରୁ ଜାରି ୟୁଦ୍ଧକୁ ଶେଷ କରିବା ପାଇଁ ଆଲୋଚନା କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.