ଜମ୍ମୁ-କାଶ୍ମୀର: ଅନନ୍ତନାଗରେ ବିସ୍ଫୋରଣ, ୨ ମୃତ
9/03/2020 at 4:07 PM

Image Courtesy : Srinagar: Police officials arrive at the spot of grenade blast, hurled by militants at Hazratbal on the outskirts of Srinagar, Tuesday, Nov. 26, 2019. Several people were injured in the attack. (PTI Photo/S. Irfan)(PTI11_26_2019_000148B)
ଶ୍ରୀନଗର, ୦୯|୦୩: ଜମ୍ମୁ-କାଶ୍ମୀରର ଅନନ୍ତନାଗ ନିକଟରେ ଥିବା ଆର୍ମି ଡିପୋରେ ବୋମା ବିସ୍ଫୋରଣ ହୋଇଛି। ଏହାର ମାତ୍ରା ଏତେ ଅଧିକ ଥିଲା ଯେ ସ୍ଥାନୀୟ ଅଞ୍ଚଳ ବିସ୍ଫୋରଣ ଶବ୍ଦରେ ଥରି ଉଠିଥିଲା।

ଏହି ବିସ୍ଫୋରଣରେ ୨ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଆୟୁଧ ଡିପୋ ନିକଟରେ ଏହା ହୋଇଥିବା କୁହାଯାଉଛି। ବିସ୍ଫୋରଣ ଆହତ ହୋଇଥିବା ନାଗରିକ ହେଲେ ସବୀର ଅହମ୍ମଦ ଖାନ ଓ ଫିଦା ହୁସେନ। ସେମାନଙ୍କୁ ଅନନ୍ତନାଗ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ସେମାନଙ୍କ ଚିକିତ୍ସା ଚାଲିଛି।

ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଓ ଯବାନ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।
Related Posts
ଫୁସ୍ଫୁସ୍କୁ କରୋନାରୁ ରକ୍ଷା କରୁଛି ଧୂମପାନ !
23 January 2021