ବାଣ ଭିଡୁଥିବାବେଳେ ବିସ୍ଫୋରଣ, ଜଣେ ଗୁରୁତର

Published By : Prameya-News7 Bureau | March 12, 2019 IST

ବାଲିପାଟଣା ୧୨/୩ : ବାଲିପାଟଣାରେ ବାଣ ବିସ୍ଫୋରଣରେ ଜଣେ ଗୁରୁତର | ବାଲିପାଟଣା ଅନ୍ତର୍ଗତ ବାଲିଅନ୍ତାରେ ଲକ୍ଷ୍ମୀଧର ବେହେରା ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି | ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି | ବାଣ ଭିଡୁଥିବାବେଳେ ବିସ୍ଫୋରଣ ହୋଇଥିବା ଜଣାପଡିଛି |

{"id":92803}


ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀଧର ବାଣ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ | ବାଣ କାରଖାନାର ମାଲିକ ବଙ୍କା ବିହାରୀ ବେହେରା ଦୀର୍ଘ ଦିନ ହେଲା ବେଆଇନ ଭାବ ବାଣ କାରଖାନା ଚଳାଇଛନ୍ତି | ଏବେ ପର୍ଯ୍ୟନ୍ତ ଘଣାସ୍ଥଳରେ ପୋଲିସ ପହଞ୍ଚିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.