ଆଫଗାନ୍ ମିଲିଟାରୀ ଏକାଡେମୀ ନିକଟରେ ଆତ୍ମଘାତୀ ବିସ୍ଫୋରଣ, ୬ମୃତ

Published By : Prameya-News7 Bureau | February 11, 2020 IST

କାବୁଲ ୧୧।୦୨: ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଛଅଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଂଗଠନ ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହିଁ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ କାବୁଲ ସ୍ଥିତ ମିଲିଟାରୀ ଏକାଡେମୀ ନିକଟରେ ଜୋରଦାର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ସକାଳ ସମୟରେ ସେହି ଅଞ୍ଚଳରେ ପ୍ରବଳ ଭିଡ ରହିଥିଲା । ତେବେ ଏହି ଭିଡର ସୁଯୋଗ ନେଇ ବିସ୍ଫୋରଣ କରାଯାଇଥିବା ଅନୁମାନ କରାଯାଉଛି । ତେବେ ମୃତାହତଙ୍କ ମଧ୍ୟରେ ୩ ଜଣ ସୁରକ୍ଷାକର୍ମା ଓ ୩ ଜଣ ସାଧାରଣ ନାଗିରକ ଥିବା ସୂଚନା ରହିଛି । ତେବେ ବିସ୍ଫୋରଣରେ ୧୨ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.