ନୂଆଦିଲ୍ଲୀ ୧୨/୧୧ : ଆଫଗାନିସ୍ତାନର ନଙ୍ଗରହାର ପ୍ରାନ୍ତରେ ଶୁକ୍ରବାର ଦିନ ଏକ ମସଜିଦରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୫ ଜଣ ଆହତ ହୋଇଥିବା ଜଣାପଡିଛି। ଏବେ ସୁଦ୍ଧା କେହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ଏହା ପୂର୍ବରୁ ଅକ୍ଟୋବର ୧୫ ରେ କନ୍ଧାରର ଇମାମ ବାରଗାହ ମସଜିଦରେ ବିସ୍ଫୋରଣ ହୋଇଥିଲା।
ଆଫଗାନିସ୍ତାନ ଗଣମାଧ୍ୟମ ଟୋଲୋ ନ୍ୟୁଜ ଅନୁଯାୟୀ, ବିସ୍ଫୋରଣରେ ୩୨ ରୁ ଅଧିକ ପ୍ରାଣ ହରାଇଥିଲେ ଓ ୪୫ ଆହତ ହୋଇଥିଲେ। ଏହା ଏକ ସିୟା ମସଜିଦ ଯେଉଁଠି ଶୁକ୍ରବାର ଦିନ ଲୋକେ ନମାଜ ପାଇଁ ଏକଜୁଟ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ମସଜିଦରେ ଗୋଟିଏ ପରେ ଗୋଟିଏ ୩ଟି ବିସ୍ଫୋରଣ ହୋଇଛି। ଏହା ପୂର୍ବରୁ ଗତ ଶୁକ୍ରବାର ଦିନ ଉତ୍ତର ଆଫଗାନିସ୍ତାନର ଏକ ସିୟା ମସଜିଦରେ ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।
ଏହି ବିସ୍ଫୋରଣ ପାଇଁ ଇସ୍ଲାମିକ ଷ୍ଟେଟ ଖୁରାସାନ ନିଜକୁ ଦାୟୀ କରିଥିଲା। ଇସ୍ଲାମିକ ଷ୍ଟେଟ ଗୋଷ୍ଠୀ ଆତଙ୍କବାଦୀ ଆଫଗାନିସ୍ତାନର ସିୟା ସମ୍ପ୍ରଦାୟର ସଂଖ୍ୟାଲଘୁ ମୁସଲମାନଙ୍କୁ ଆକ୍ରମଣ କରିବାର ଦୀର୍ଘ ଇତିହାସ ରହିଛି। ଯେଉଁମାନଙ୍କୁ ଟାର୍ଗେଟ କରାଯାଇଛି ସେମାନେ ହାଜାରା ସମ୍ପ୍ରଦାୟର, ଯେଉଁମାନେ ଦୀର୍ଘ ଦିନ ଧରି ସୁନ୍ନି ସଂଖ୍ୟାଗରିଷ୍ଠ ଦେଶରେ ଭେଦଭାବର ଶିକାର ହୋଇଆସୁଛନ୍ତି। ଅଗଷ୍ଟ ଶେଷରେ ଆଫଗାନିସ୍ତାନରୁ ଆମେରିକା ଏବଂ ନାଟୋ ସେନା ପ୍ରତ୍ୟାହାର ଏବଂ ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ବଡ ହମଲା।