Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଶ୍ରୀଲଙ୍କାର ପୁଗୋଦାରେ ଆଉ ଏକ ବୋମା ବିସ୍ଫୋରଣ

25/04/2019 at 11:12 AM

କଲମ୍ବୋ ୨୫/୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରୁ ୪୦କିଲୋମିଟର ପୂର୍ବରେ ପୁଗୋଦା ସହରର ମାଜିଷ୍ଟେଟ୍ ଅଦାଲତ ପଛରେ ଆଜି ଏକ ବଡ଼ ବିସ୍ଫୋରଣ ଶୁଣାଯାଇଛି। ଏହି ସୂଚନା ପୋଲିସ୍ ଏବଂ ସ୍ଥାନୀୟ ବାସିନ୍ଦା ଦେଇଛନ୍ତି।

ପୋଲିସଙ୍କ କହିବାନୁସାରେ ସେ ବିସ୍ଫୋରକର ଯାଞ୍ଚ କରୁଥିବାବେଳେ ହଠାତ୍ ଏକ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ଇଷ୍ଟର ସଣ୍ଡେ ଦିନ ଆତ୍ମଘାତୀ ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ୩୫୯ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ପାଖାପାଖି ୫୦୦ଜଣ ଆହତ ହୋଇଥିଲେ।

ଶ୍ରୀଲଙ୍କାର ଲୋକମାନେ ମୃତାହତଙ୍କୁ ଦେଖି ଭୟଭୀତ ଅବସ୍ଥାରେ ଅଛନ୍ତି। ମୁସଲିମ ସମୁଦାୟମାନେ ଏହି ମୃତ୍ୟୁକୁ ନିନ୍ଦା କରିଛନ୍ତି। କିନ୍ତୁ ସମୁଦାୟର ଲୋକମାନେ ନିଜକୁ ଅସହାୟ ମନେ କରିଛନ୍ତି। ଶ୍ରୀଲଙ୍କାର ମୋଟ ୨କୋଟି ୧୦ଲକ୍ଷ ଜନସଂଖ୍ୟାରେ ଜାତୀୟତା ଏବଂ ଧର୍ମର ମିଶ୍ରଣ ରହିଛି। ଏଠା​‌ରେ ସିଂହଳୀ ବୈାଦ୍ଧ ଅନେକ ସଂଖ୍ୟାରେ ରହିଛନ୍ତି।   

   Related Posts