Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଫାଟିଲା ଗ୍ୟାସ୍ ସିଲିଣ୍ଡର, ଭୁଶୁଡିଲା କୋଠାଘର, ୨ ମୃତ ଜଣେ ଆହତ

2/03/2020 at 5:10 PM

ଜୟପୁର୨/୩: ଫାଟିଲା ଗ୍ୟାସ୍ ସିଲିଣ୍ଡର। ସୋମବାର ସକାଳେ ଜୟପୁରର ଚଉରା ରାସ୍ତାର ତାଡକେଶ୍ବର ମନ୍ଦିର ନିକଟରେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଛୋଟ ପୁଅ ଅଛନ୍ତି। ସକାଳେ ଜୟପୁରର ସହର ପରିସରରେ ତାଡକେଶ୍ବର ମନ୍ଦିର ନିକଟରେ ଥିବା ଦୁଇ ମହଲା କୋଠାରେ ଏହି ଦୁର୍ଘଟଣା ଘଟିଛି।

ଏହି ବିସ୍ଫୋରଣରେ କୋଠା ଭୁଶୁଡ଼ି ମଧ୍ୟ ପଡିଥିଲା। ପୋଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ସୁରକ୍ଷା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସୋମବାର ତାଡକେଶ୍ବର ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତ ଥିଲେ ଏବଂ ପୋଲିସ ମଧ୍ୟ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ। ଭୁଶୁଡ଼ି ପଡ଼ିଥିବା ଘର ଚାରିପାଖରେ ରହୁଥିବା ଲୋକଙ୍କୁ ମଧ୍ୟ ଖାଲି କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ଧରି ମହନ୍ତ ଗୋବିନ୍ଦ ରାଜେଶ ଏବଂ ଅଭିଷେକଙ୍କୁ ସିଲିଣ୍ଡରରେ ଲିକ୍ ହୋଇଥିବା ଅଭିଯୋଗ କରିଥିଲେ। ସୋମବାର ସକାଳେ ମଧ୍ୟ ସେ ଅଭିଷେକଙ୍କୁ ଡାକି କହିଥିଲେ ଯେ ଗ୍ୟାସ ଲିକେଜ୍ କରି ଗନ୍ଧ ହେଉଛି। ଏହି କଥା କହିବାରର କିଛି ଘଣ୍ଟା ମଧ୍ୟରେ ଘର ଭୁଶୁଡି ପଡିଥିଲା। ଏହି ବିସ୍ଫୋରଣରେ ମହତଙ୍କ ପତ୍ନୀ ମଞ୍ଜୁ ଓ ୧୬ ବର୍ଷୀୟ ଅଭିଷେକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଆହତ ମଧ୍ୟ ହୋଇଛନ୍ତି।

   Related Posts