ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ୧ ମୃତ, ୧ ଗୁରୁତର, ଜଳିଗଲା ଘର

Published By : Prameya-News7 Bureau | August 19, 2019 IST

ନୟାଗଡ ୧୯।୮:  ଜିଲ୍ଲାର ଶରଣକୁଳ ଥାନା ଗୁଡିପଡା ଖୁରୁଡା ସାହିରେ ଘଟିଛି ଅଘଟଣ। ଏକ ଘରେ ଚାଲୁଥିବା ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ଫଳରେ ଘରଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ସେଠାରେ ବାଣ ତିଆରି କରୁଥିବା ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଦମକଳ ବିଭାଗ କର୍ମଚାରୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

{"id":146296}

ମିଳିଥିବା ସୂଚନାରୁ ପ୍ରକାଶ ଯେ ଗାଁର ଅଖିଳ ସେଠୀଙ୍କ ଘରେ ବାଣ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଅଚାନକ ବାଣରେ ବିସ୍ଫୋରଣ ହେବା ଯୋଗୁ ସମ୍ପୂର୍ଣ୍ଣ ଘରଟି ଜଳିଯାଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଲୋକେ ତୁରନ୍ତ ଦମକଳ ବିଭାଗକୁ ଫୋନକରି ଜଣାଇଥିଲେ। ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଘରର ତଲାସୀ ନେବା ବେଳେ ସେଠାରୁ ଜଣକୁ ମୃତ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି।

ଉଭୟଙ୍କୁ ଦମକଳ ଗାଡିରେ ବିଭାଗୀୟ କର୍ମଚାରୀ ଶରଣକୁଳ ହସ୍ପିଟାଲକୁ ନେଇଛନ୍ତି। ମୃତ ଓ ଆହତ ଏତେମାତ୍ରାରେ ଜଳିଯାଇଛନ୍ତି ଯେ ସେମାନଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଅନ୍ୟପକ୍ଷରେ ବିସ୍ଫୋରଣ ପରେ ଅଖିଳ କେଉଁଆଡେ ଫେରାର ହୋଇଛନ୍ତି। ଏଣୁ ମୃତହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.